ଦେବଗଡ଼: ଦେବଗଡ଼ ପୁଲିସ ହାତରେ ଧରାପଡ଼ିଛନ୍ତି ୨ ମୋବାଇଲ୍ ଲୁଟେରା। ସେମାନେ କେବଳ ଦେବଗଡ଼ ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୁଟ୍ କରୁଥିଲେ। ବିଭିନ୍ନ ସାପ୍ତାହିକ ହାଟ ବଜାର ଓ ଦିନରେ ଗହଳିର ସୁଯୋଗ ନେଇ ଲୁଟି ନେଉଥିଲେ ମୋବାଇଲ ଓ ଟଙ୍କା। ବିଭିନ୍ନ ଜିଲ୍ଲାର ପୁଲିସ ଆଖିରେ ଧୂଳି ଦେଇ କରି ଚାଲିଥିଲେ ଲୁଟ। ଦେବଗଡ଼ ପୁଲିସ ଦେବଗଡ଼ ଥାନାଞ୍ଚଳରେ ଏକ ଲୁଟ ମାମଲାର ତଦନ୍ତ ବେଳେ ଦେବଗଡ଼ ଥାନା ପୁଲିସ ହାତରେ ଧରା ପଡ଼ିଛନ୍ତି ଏହି ଦୁଇ କୁଖ୍ୟାତ ଲୁଟେରା। ଲୁଟେରା ଦ୍ବୟ ହେଲେ ଆସ୍କା ଛତ୍ରପୁର ଅଞ୍ଚଳର ଏ. ବୁଡ୍ଡୁ ଓ ଏ .ପାଉଲୁ। ସେମାନଙ୍କଠାରୁ ପୁଲିସ ବିଭିନ୍ନ ବ୍ରାଣ୍ଡର ୬୩ଟି ମୋବାଇଲ ଫୋନ ଓ ଗୋଟିଏ ବାଇକ୍ ଜବତ କରିଛି।
/sambad/media/post_attachments/wp-content/uploads/2022/02/a967d4b8-27eb-46e0-9080-7b939190cfb7-1024x462.jpg)
ସେହିପରି ଉଭୟ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଦେବଗଡ଼ ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଡିଏସପି(ଡିଆଇବି) ପ୍ରଦୀପ କେରକେଟା, ଦେବଗଡ ଥାନା ଆଇଆଇସି ସୁରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/2d7347bb-8216-4123-b506-a2131e987546.jpg)