ଭଦ୍ରକ: ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧୀକ୍ଷକ ଗୌତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବରପଦା ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ମାଲବାହୀ ଅଟୋ (ଓଡି-୨୨ଜେ-୬୮୧୧)ରୁ ୩୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଆଗରପଡ଼ା ଥାନା ଅନ୍ତର୍ଗତ ପନ୍ଦାଡ଼ ଗ୍ରାମର ପ୍ରକାଶ କୁମାର ଦାସକୁ ଗିରଫ କରାଯାଇଛ।
ସେହିପରି ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇମଣି ବଜାର ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ହୋଣ୍ଡା ସାଇନ୍ ମୋଟର ସାଇକେଲ (ଓଡି-୨୨ଇ-୨୩୦୪)ରୁ ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନରହରିପୁର ଗ୍ରାମର ଶ୍ରୀଧର ସେନାପତିକୁ ଗିରଫ କରାଯାଇଛି ଏବଂ ତିହିଡି ଥାନା ଅନ୍ତର୍ଗତ ବିଲଣା ଛକ ନିକଟରେ ଏକ ହିରୋ ଗ୍ଲାମର (ଓଡି-୨୨ଡି-୧୮୮୫)ରୁ ୧୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଲଞ୍ଜାତାରା ଗ୍ରାମର ଭଗବାନ ପ୍ରସାଦ ଦାସକୁ ଗିରଫ କରାଯାଇଛି।
ଏତତ ବ୍ୟତୀତ ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମ ଓ ତିହିଡି ଥାନା ଅନ୍ତର୍ଗତ ପୁରୁଣାହାଟ ଓ ପାଳିଆ ବଜାର ଅଞ୍ଚଳରେ ଚଢାଉ କରାଯାଇ ୧୯୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମିର୍ଜାପୁର ଗ୍ରାମର ଦୀପକ ସାମଲ, ଭାଟପଡ଼ା ଗ୍ରାମର ଶ୍ରୀକୁମାର ଦାସ ଓ ପାଳିଆ ଗ୍ରାମର ଗଜି ସେଠୀ। ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢାଉ ସମୟରେ ସମୁଦାୟ ୬୪୦ ଲିଟର ଦେଶୀ ମଦ ଜବତ ହେବା ସହିତ ୬ଜଣଙ୍କୁ ଗିରଫ କରାଯାଇଛି। ଜବତ ମଦର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।
ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ୍ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଏହି ଚଢାଉ କରିଥିଲେ। ଉକ୍ତ ଚଢାଉରେ ଏସ୍.ଆଇ ସନ୍ତୋଷ କୁମାର ବଳ ଓ ସ୍ପନ୍ଦନ କୁମାର ମହାନ୍ତି, ଏ.ଏସ୍.ଆଇ ପ୍ରହଲ୍ଲାଦ ସାମଲ, ଭବେଶ ଦାସ, ପୁରୁଷୋତ୍ତମ ମଲ୍ଲିକ, ଦୀପକ କୁମାର ରାଉତ ଓ କନେଷ୍ଟବଳ ପ୍ରଦୀପ ମଲ୍ଲିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ, ଶିବପ୍ରସାଦ ସାହୁ, ପରେଶ ଟୁଡୁ, ରଶ୍ମିରେଖା ଜେନା, ମିଥୁନ ଜେନା, ଖଗେଶ୍ୱର ଜେନା ପ୍ରଭୃତି ସାମିଲ ଥିଲେ। ଏନେଇ ଅବକାରୀ ବିଭାଗ ପକ୍ଷରୁ ୬ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/27ee8ada-86c5-4c2c-8aff-35fc92ea161b.jpg)