ଗଞ୍ଜାମର ମନ‌ରେଗା ଶ୍ରମିକଙ୍କ ପାଇଁ ୬୫.୮୩ କୋଟି ଟଙ୍କା କୋଭିଡ୍ ସହାୟତା

ଛତ୍ରପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ମନରେଗାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପରିବାରଙ୍କୁ କୋଭିଡ୍ ସହାୟତା ପ୍ରଦାନ ଘୋଷଣା କରାଯାଇଛି। ଶ୍ରମିକମାନଙ୍କୁ ଦୈନିକ ଧାର୍ଯ୍ୟ ମଜୁରି ସହ ଅତିରିକ୍ତ ୫୦ ଟଙ୍କା ସହାୟତା ଦେବା ଲାଗି ଘୋଷଣା ହୋଇଛି। ୧ ଏପ୍ରିଲଠୁ ଜୁନ୍ ୩୦ ତାରିଖ ମଧ୍ୟରେ ଯେଉଁ ଶ୍ରମିକମାନେ ମନରେଗା ଯୋଜନାରେ କାମ କରିଛନ୍ତି, ସେମା‌ନଙ୍କୁ ୩ ମାସର ଦୈନିକ ଧାର୍ଯ୍ୟ ମଜୁରି ସହ ଅତିରିକ୍ତ ୫୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ଏହି କ୍ରମ‌ରେ ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୬୫.୮୩ କୋଟି ଟଙ୍କା କୋଭିଡ୍ ସହାୟତା ରାଶି ପ୍ରଦାନ କରାଯାଇଛି। ୩ ମାସରେ ଜିଲ୍ଲାରେ ୧ କୋଟି ୩୧ ଲକ୍ଷ ୬୬ ହଜାର ୮୪୯ ଶ୍ରମ ଦିବସ ସୃଷ୍ଟି ହୋଇଛି। ପ୍ରାୟ ୩ ଲକ୍ଷରୁ ଅଧିକ ଶ୍ରମିକ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଜଣେ ଜଣେ ଶ୍ରମିକ ଏହି ୩ମାସର ଦୈନିକ ମଜୁରି ଓ ସହାୟତା ରାଶି ମିଶି ୨୬୫ ଟଙ୍କା ପାଇବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର