ଗ୍ରୀନ ଜୋନକୁ ଫେରିବାକୁ ପ୍ରୟାସ ଟେଷ୍ଟିଂ କମାଇଲା ପ୍ରଶାସନ, ୬୫ ପିଜିଟିଭ୍ ଚିହ୍ନଟ

କୋରାପୁଟ: ଏବେ ବି ୟେଲୋ ଜୋନରେ ରହିଛି କୋରାପୁଟ ଜିଲ୍ଲା। ଗତ ସପ୍ତାହ ତଳେ ଏହା ରେଡ ‌ଜୋନରେ ରହିଥିବା। କୋରାପୁଟ ପ୍ରଶାସନର ପ୍ରୟାସ ଜାରି ରହିଛି ଗ୍ରୀନ ଜୋନକୁ ଫେରିବାକୁ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟେଷ୍ଟିଂକୁ ହ୍ରାସ କରିଛି। ପୂର୍ବରୁ ଦିନକୁ ୧୫୦୦ରୁ ଅଧିକ ଟେଷ୍ଟିଂ କରୁଥିବାବେଳେ ଗତ ତିନିରୁ ୪ ଦିନ ହେବ ଟେଷ୍ଟିଂକୁ ହ୍ରାସ କରାଯାଇଛି। ଏବେ ସୁଦ୍ଧା ଜିଲ୍ଲାରେ ୩ଲକ୍ଷ ୯୧ ହଜାର ୪୩୪ ଜଣଙ୍କର ସ୍ବାବକୁ ଟେଷ୍ଟିଂ କରାଯାଇଥିବାବେଳେ ଆଜି ୧୨୭୨ ଜଣଙ୍କର ସ୍ବାବ ଟେଷ୍ଟି କରାଯାଇଛି। ଏଥିରେ ଜିଲ୍ଲାରୁ ୬୫ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ସେଥିରେ ୩୯ଜଣ ପୁରୁଷ ଓ ୨୬ ଜଣ ମହିଳା ରହିଛନ୍ତି। ଗତ ଜୁନ୧ରେ ୧୫୨୮, ୨ରେ ୧୫୭୪, ୩ରେ ୧୫୪୪, ୪ରେ ୧୫୫୩, ୫ରେ ୧୫୨୬, ୬ରେ ୧୫୨୯, ୭ରେ ୧୪୦୨, ୮ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୭୭, ୯ରେ ୧୫୩୨, ୧୦ରେ ୧୫୧୫, ୧୧ରେ ୧୩୫୯, ୧୨ରେ ୧୧୬୮, ୧୩ରେ ୧୩୬୨ ଜଣଙ୍କର ସ୍ବାବଟେଷ୍ଟ କରାଯାଇଥିଲା। ଏବେ ସୁଦ୍ଧା ଜିଲ୍ଲାରେ ୧୬୯୮୦ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଥିବାବେଳେ ୧୪୬୪ଜଣ କରୋନା ସହ ଲଢୁଛନ୍ତି। ଏବେ ସୁଦ୍ଧା ଜିଲ୍ଲାରେ ୧୫୪୭୨ଜଣ କରୋନାକୁ ହରାଇ ସାରିଥିବାବେଳେ ୪୪ଜଣଙ୍କର ଜୀବନ ଯାଇଛି।

ଆଜି କୋରାପୁଟ ଜିଲ୍ଲାର ଜୟପୁର ପୌରାଞ୍ଚଳରେ ୧୬ ଜଣ, କୋରାପୁଟ ପୌରାଞ୍ଚଳରେ ୨, ସୁନାବେଢା ପୌରାଞ୍ଚଳରେ ୮, ବନ୍ଧୁଗାଁ, ବୈପାରିଗୁଡା, କୁନ୍ଦୁରା, ନନ୍ଦପୁର ଓ ବୋରିଗୁମ୍ମା ବ୍ଲକରେ ଜଣେ ଲେଖାଏଁ, ଦଶମନ୍ତପୁରରେ ୪ଜଣ, ଜୟପୁରରେ ୫, କୋରାପୁଟରେ ୮, କୋଟପାଡରେ ୨, ଲମତାପୁଟରେ ୨, ଲକ୍ଷ୍ମୀପୁରରେ ୨, ନାରାୟଣପାଟଣରେ ୩, ପଟାଙ୍ଗୀରେ ୩ ଓ ସେମିଳିଗୁଡାରେ ୪ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ଏନେଇ ସିଡିଏମଓ ମକରନ୍ଦ ବେଉରା କହିଛନ୍ତି ଯେ, ଜିଲ୍ଲାର ୧୮ଟି ସ୍ଥାନରେ ସ୍ବାବ ଟେଷ୍ଟିଂ କରାଯାଉଛି। ଗତ କିଛି ଦିନ ହେଲା ଟେଷ୍ଟିଂ କାର୍ଯ୍ୟରେ ନିୟୋଜିତ ରହିଥିବା କର୍ମଚାରୀ ଛୁଟିରେ ରହିଛନ୍ତି। ଛୁଟିରୁ ଫେରିବା ପରେ ଚଳିତ ସପ୍ତାହର ବୁଧବାରଠାରୁ ପୁଣି ଟେଷ୍ଟିଂ କରାଯିବ। ପୂର୍ବ ଅପେକ୍ଷା ଜିଲ୍ଲାରେ ସଂଙ୍କ୍ରମଣ ହ୍ରାସ ପାଉଛି। ଜିଲ୍ଲାର ପ୍ରତି ବ୍କଲ ମୁଖ୍ୟାଳୟ, କୋରାପୁଟ ମେଡିକାଲ କଲେଜ, ଗାନ୍ଧିନଗର ସହରାଞ୍ଚାଳ ସ୍ବାସ୍ଥ୍ୟକେନ୍ଦ୍ର ଓ ଜୟପୁର ଡିଏଚଏଚରେ ଟେଷ୍ଟିଂ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର