ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତ ବାମ୍ବିଲୋର ଭାସ୍କର ନୋଡାଲ ଉପ୍ରା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିବା କାରଣରୁ ଉକ୍ତ ଖାଦ୍ୟଖାଇ ବହୁ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବାର ଅଭିଯୋଗ ହୋଇଛି l ଆଜି ସ୍କୁଲକୁ ୬୫ ଜଣ ଛାତ୍ରଛାତ୍ରୀ ଆସିଥିବାବେଳେ ସବୁ ପିଲା ଖାଇ ସାରିବା ପରେ ଡାଲମାରେ ଏକ ଝିଟିପିଟି ମୁଣ୍ଡ ଭାସୁଥିବା ପାଚିକା ଓ ସହାୟିକା ଦେଖିଥିଲେ l
ସେତେବେଳକୁ ମଧ୍ୟାହ୍ନ ଭୋଜନ ଖାଇଥିବା ପିଲାମାନଙ୍କର ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି l ସମସ୍ତେ ପ୍ରାୟ ସୁସ୍ଥ ଥିବା ସୂଚନା ମିଳିଛି l ସରପଞ୍ଚ ଅଶ୍ୱିନୀ ପରିଡା ଚିକିତ୍ସାଧୀନ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବାବେଳେ ସମିତିସଭ୍ୟ ରଞ୍ଜନ କୁମାର ନାୟକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କଠାରୁ ପରିସ୍ଥିତି ବିଷୟରେ ପଚାରି ବୁଝିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି l ତେଵେ ପ୍ରଧାନଶିକ୍ଷକ ଆଜି ବିଦ୍ୟାଳୟରେ ଅନୁପସ୍ଥିତ ଥିବା ଖବର ମିଳିଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/c5668e9b-8a6e-4a5d-9a25-6ea50cec0162.jpg)