କଟକରୁ ଆଜି ୬୫ଜଣ କରୋନା ପଜିଟିଭ୍‌ ଚିହ୍ନଟ; ହୋମ୍‌ କ୍ୱାରେଣ୍ଟିନ୍‌ରୁ ୫୦ ଆକ୍ରାନ୍ତ

କଟକ: କଟକ ସହରରୁ ଆଜି ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୬୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ଇନ୍‌ଷ୍ଟିଚ୍ୟୁସ୍‌ନାଲ କ୍ୱାରେଣ୍ଟିନ୍‌ରୁ, ଦେୟଯୁକ୍ତ କ୍ୱାରେଣ୍ଟିନ୍‌ରୁ ଦୁଇଜଣ, ସ୍ଥାନୀୟ ଅଞ୍ଚଳରୁ ୬ଜଣ ଓ ଘରେ ସଙ୍ଗରୋଧରେ ଥିବା ୫୦ଜଣଙ୍କ କୋଭିଡ-୧୯ ରିପୋର୍ଟ ପଜିଟଭ୍‌ ଆସିଛି।

ଇନ୍‌ଷ୍ଟିଚ୍ୟୁସ୍‌ନାଲ କ୍ୱାରେଣ୍ଟିନ୍‌ରୁ ୭ଜଣ, ଦେୟଯୁକ୍ତ କ୍ୱାରେଣ୍ଟିନ୍‌ରୁ ୨ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬ଜଣ କରୋନା ପଜିଟଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଘରେ ସଙ୍ଗରୋଧ ଥିବା ୫୦ଜଣଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି। ଉକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଶେଖ୍‌ବଜାରରୁ ୭ଜଣ, ଗଣ୍ଡରପୁର ଅଞ୍ଚଳରୁ ୪ଜଣ, ଖାନ୍‌ନଗର କଇବ୍ରତ ଅଞ୍ଚଳରୁ ୨ଜଣ, ନେତାଜୀ ନଗର ଅଞ୍ଚଳରୁ ୪ଜଣ, ଦେଓ୍ଵାନ ବଜାର ଅଞ୍ଚଳରୁ ୨ଜଣ, ଖାଟବିନ୍‌ ସାହି କଣ୍ଟେଣ୍ଟମେନ୍‌ ଜୋନ୍‌ରୁ ୨୮ଜଣ, ସେଲଟର ଛକରୁ ଜଣେ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ଟୁଇଟ କରିଛି।

 

କଟକରେ ଏଯାବତ କରୋନାରେ ଆକ୍ରାନ୍ତ ହୋଇ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ କଟକରେ ୭୩୬ଟି କରୋନା ମାମଲା ସାମ୍ନାକୁ ଆସିଛି। ଏଥିସହିତ ୩୦୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆହୁରି ୪୨୩ଟି କରୋନା ସକ୍ରିୟ ମାମଲା ରହିଛି।

ସମ୍ବନ୍ଧିତ ଖବର