ଭଦ୍ରକ ଜିଲ୍ଲାରେ କରୋନା: ହଜାରେ ଆକ୍ରାନ୍ତ ଆଡକୁ ମୁହାଁଉଛି ପଜିଟିଭ୍‌ ସଂଖ୍ୟା

ଆଜି ଜିଲ୍ଲାରେ ସର୍ବାଧିକ ୬୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅଗଷ୍ଟ ମାସ ଆରମ୍ଭରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ଘଟିଛି। ଜିଲ୍ଲାବାସୀଙ୍କୁ ଏବେ ଭୟ ପସିଛି। ଲୋକେ ଘରୁ ଗୋଡକାଢି ବାହାରକୁ ବାହାରିବା ପୂର୍ବରୁ ଅନେକ କଥା ଚିନ୍ତା କରୁଛନ୍ତି। ଚାକିରିଆ ଲୋକଙ୍କୁ ଘରକୁ ଫେରିଲା ବେଳକୁ କାଳେ କରୋନା ଆକ୍ରାନ୍ତ ହୋଇଥିବ, ସଂପର୍କୀୟ ଲୋକଙ୍କୁ ଏଭିଳି ଭୟ ଘାରିଛି।

ଅଗଷ୍ଟ ମାସର ପ୍ରତିଦିନର ରିପୋର୍ଟ ସର୍ବାଧିକ ୨୦ରୁ ବୃଦ୍ଧି ପାଇ ସର୍ବାଧିକ ୬୬ରେ ପହଞ୍ଚିଛି, ଯାହା ଜିଲ୍ଲାବାସୀଙ୍କୁ ଚମକାଇ ଦେଲା ଭଳି ରିପୋର୍ଟ ମିଳିଛି। ଆଜି ସଂଖ୍ୟାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୫ରେ ପହଞ୍ଚିଛି। ଖୁବ୍‌ ଶୀଘ୍ର ଏଇ ସଂଖ୍ୟା ହଜାରେ ଆଡକୁ ମୁହାଁଉଛି ବୋଲି ଜଣାପଡିଛି। ଆଜି ସୁଦ୍ଧା ଜିଲ୍ଲାରେ ୬୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ଅସପିଟାଲରେ ଚିକିତ୍ସିତ ହେଉଛନ୍ତି।

ସେହିପରି ଆଜି ଆଉ ଜଣେ ମହିଳାଙ୍କର କୋଭିଡ ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ବେଳେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ହୋଇଥିବା ୬୬ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ମୋଟ ୨୦ ହଜାର ୮୩୦ ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର