ଭଦ୍ରକ: ଆଖଣ୍ଡଳମଣି ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ, ଏସିଡ ମାଡ଼ରେ ୬ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ଆରଡ଼ିସ୍ଥିତ ଆଖଣ୍ଡଳମଣି ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀ ଭକ୍ତମାନଙ୍କୁ ନିଜ ଆଡକୁ ନେଇ କୁ କେନ୍ଦ୍ର କରି ଗଣ୍ଡଗୋଳ କରିଛନ୍ତି। ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି ଏସିଡ୍‌ ମାଡ଼ ହୋଇଛ। ଏଥିରେ ୬ଜଣ ସେବାୟତ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଧୁଷୁରୀ ଥାନା ପୁଲିସ ଦୁଇ ଜଣ ସେବାୟତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୧୦ଟା ବେଳେ ଭକ୍ତଙ୍କୁ ନେଇ ଦୁଇ ଗୋଷ୍ଠୀଙ୍କ ଟଣାଓଟରା ପରେ ଗଣ୍ଡଗୋଳ ହୋଇଥିଲା।ଏଥିରେ ଗୋଟିଏ ଗୋଷ୍ଠୀର ସେବାୟତ ଅନ୍ୟ ଗୋଷ୍ଠୀର ସେବାୟତଙ୍କ ଉପରେ ଏସିଡ୍‌ ଫିଙ୍ଗି ଦେଇଥିଲେ। ଫଳରେ ୬ ଜଣ ଆହତ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର