ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଦର୍ଜିଙ୍ଗ ଛକ ନିକଟରେ ମଙ୍ଗଳାବର ଅପରାହ୍ଣ ୪ଟା ୧୫ରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ଜଣେ ସ୍କୁଲ ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲା ସାଲେଇପାଲି ଗ୍ରାମର ବିର୍ସା ମୁଣ୍ଡା (୧୧)। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରିଛନ୍ତି। ଉତ୍ତେଜିତ ଲୋକେ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଟ୍ରକ୍ରେ ନିଆଁ ଲଗାଇ ଦେଇଛନ୍ତି। ଏହା ପରେ ସେମାନେ ମୃତଦେହକୁ ଦର୍ଜିଙ୍ଗ ଛକରେ ରଖି ୧୪୩ ନମ୍ବର ଜାତୀୟ ରାଜପଥର ଅବରୋଧ କରିଛନ୍ତି। ଫଳରେ ଯାତାୟତ ପ୍ରଭାବିତ ହୋଇଛି। ରାସ୍ତାର ଉଭୟ ପାଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିବା ବେଳେ ସୂଚନା ପାଇ ଘଟଣାସ୍ଥଳକୁ ପୁଲିସ ପହଂଚିଛି।
/sambad/media/post_attachments/wp-content/uploads/2019/12/cycl.jpg)
ସୂଚନା ଅନୁସାରେ ଆଜି ଅପରାହ୍ଣ ୪ଟାରେ ଦର୍ଜିଙ୍ଗ ହାଇସ୍କୁଲ ଛୁଟି ହେବା ପରେ ବିର୍ସା ଓ ସଂଜୟ ମୁଣ୍ଡା (୧୧) ଗୋଟିଏ ସାଇକେଲରେ ଘରକୁ ଫେରୁଥିଲେ। ଦର୍ଜିଙ୍ଗ ଛକ ନିକଟରେ ରାଉରକେଲା ପାର୍ଶ୍ୱରୁ କୋଇଡା ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ (ଓଆର ୧୪ଟି ୦୬୭୦) ୬ଷ୍ଠ ଶ୍ରେଣୀର ୨ ଛାତ୍ର ବିର୍ସା ଓ ସଂଜୟଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବିର୍ସାର ମୃତ୍ୟୁ ଘଟିଥିବା ବେଳେ ସଂଜୟକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
/sambad/media/post_attachments/wp-content/uploads/2019/12/turck1-1024x768.jpg)
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରିଥିଲେ। ସୂଚନା ପାଇ ଘଟଣାସ୍ଥଳକୁ ପୁଲିସ ପହଂଚିବା ପୂର୍ବରୁ ସେମାନେ ଟ୍ରକ ଚାଳକକୁ ମାଡମାରି ଲହୁଲୁହାଣ କରିଦେଇଥିଲେ ଏବଂ ଟ୍ରକ୍ରେ ନିଆଁ ଲଗାଇ ଦେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ମାଜିଷ୍ଟ୍ରେଟ ଓ ବରିଷ୍ଠ ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ରାସ୍ତା ଅବରୋଧ ଥିବାରୁ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/turck.jpg)