୭.୯୦ କୋଟି ଜାଲ୍‌ ନୋଟ ଜବତ ଘଟଣା; ଜଣକୁ ୫ ଦିନିଆ ରିମାଣ୍ଡରେ ଆଣିଲା ପଟାଙ୍ଗୀ ପୁଲିସ

କୋରାପୁଟ: କୋରାପୁଟ ଜିଲ୍ଲା ସୁଙ୍କି ଆଉଟପୋଷ୍ଟ ନିକଟରୁ ୭.୯୦ କୋଟି ୧୫୮୦ଟି ପାଞ୍ଚ ଶହ ଟଙ୍କିଆ ବିଡା ଜାଲ୍‌ ନୋଟ ଜବତ ଘଟଣାରେ ଗିରଫ ହୋଇଥିବା ୩ଜଣଙ୍କ ମଧ୍ୟରୁ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି ପଟାଙ୍ଗୀ ପୁଲିସ। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରବୀନ୍ଦ୍ର କୁମାର ମନୋହରଙ୍କୁ ପୁଲିସ ପଚରାଉଚରା କରିବାକୁ ୫ ଦିନିଆ ରିମାଣ୍ଡରେ ଆଣିଥିବା ଜଣାପଡିଛି। ଆସନ୍ତାକାଲି (୪/୩/୨୦୨୧) ସକାଳ ୮ଟାରୁ ୮ତାରିଖ ସକାଳ ୫ଟା ଯାଏ ପୁଲିସ ରିମାଣ୍ଡରେ ନେଇଛି। ତେବେ ପୁଲିସ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେ‌ଳେ କୋରାପୁଟ ଏସଡିଜେଏମ କୋର୍ଟ ୫ ଦିନ ରିମାଣ୍ଡ ଦେଇଛି।

ଏକ ପାୱାର ପ୍ଲାଣ୍ଟରେ କାମ କରୁଥିବା ରବୀନ୍ଦ୍ର କୁମାରଙ୍କୁ ପୁଲିସ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା ଆରମ୍ଭ କରିବାକୁ ଥିବାବେଳେ ଏଥିରେ ଟଙ୍କା ଛାପା ମେସିନ୍‌କୁ ନଷ୍ଟ କରିବା, ଟଙ୍କା କାରବାରର ଚେର, ଆନ୍ଧ୍ର ଲିଙ୍କ, ପରିବହନର ମାଧ୍ୟମ, ଲିଙ୍କ, ରାଜନୈତିକ ଲିଙ୍କ, ଟଙ୍କା ରିସିଭକାରୀଙ୍କ ସହ ସମ୍ପର୍କ ତଥା ଫୋନକୁ ନେଇ ପଚରାଉଚରା କରିବ। ଏହାସହ ଗିରଫ ହୋଇଥିବା ତିନିଜଣଙ୍କର ମୋବାଇଲ ନମ୍ବର ସିଡିଆର ସହ କାହା କାହା ସହ କଥା ହୋଇଛନ୍ତି ତାହାର ତଥ୍ୟ ସମ୍ପର୍କ‌ରେ ପଚରାଉଚରା ହେବ। ଏହାସହ କେଉଁ କେଉଁ ସ୍ଥାନରେ ଉଭୟ କ୍ରେଡିଟ ଓ ଡେବିଟ୍‌ କାର୍ଡ ବ୍ୟବହାର କରିଛନ୍ତି ତାହାର ତଥ୍ୟ ଯୋଗାଡିବ ପୁଲିସ। ତେବେ ପୁଲିସ ପାଇଁ ସବୁଠୁ ବଡ ବଡ ଚ୍ୟାଲେଞ୍ଜ ହେଉଛି ଛତିଶଗଡ ଓ ଆନ୍ଧ୍ରପ୍ରଦେଶରୁ ସୁରାକ ସଂଗ୍ରହ କରିବା। ଏଥିପାଇଁ ଦୁଇଟି ଟିମ୍‌ ଗଠନ ହୋଇ ତନାଘନା ଆରମ୍ଭ ହୋଇଥିବା ଜଣାପଡିଛି।

ଛତିଶଗଡ ରାଜ୍ୟ ରାୟପୁରରୁ ଆନ୍ଧ୍ର ପ୍ରଦେଶର ଭାଇଜାକ୍‌କୁ ଚାଲାଣ ହେଉଥିଲା ଜାଲି ନୋଟ୍‌। ଲକ୍ଷ‌େ କି ଦୁଇ ଲକ୍ଷେ ନୁହେଁ ପୂରା ୭କୋଟି ୯୦ ଲକ୍ଷ ଟଙ୍କାର ଜାଲି ନୋଟକୁ ଚୋରା ଚାଲାଣ କରୁଥିବାବେଳେ ଛତିଶଗଡ ଜିଲ୍ଲା ଚମ୍ପା ଜିଲ୍ଲା ଜଞ୍ଜଗୀର ଅଞ୍ଚଳର ମନୋହର ଲହରେ ଓ ହର କୁମାର ସାହୁଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା।

ସୋମବାର ଭୋରୁ ପୁଲିସ ସୁଙ୍କି ଆଉଟପୋଷ୍ଟ ନିକଟରେ ସୁଙ୍କି ଆଉଟ ପୋଷ୍ଟ ନିକଟରେ ଏସଆଇ ଏସ.କେ ସ୍ବାଇଁ ଓ ଏଏସଆଇ ଏମ.ଏସ ନାୟକ ଏବଂ ତାଙ୍କ ଟିମ୍‌ ଏମ୍‌ଭି ଚେକିଂ କରୁଥିଲା। ଏହି ସମୟରେ କୋରାପୁଟ ପଟୁ ବିଜୟ କୁମାର ବର୍ମନ ଙ୍କ ନାମରେ ରହିଥିବା ଏହି ଫୋର୍ଡ ଫିଗୋ (ସିଜି-୦୪-‌ଏଲଏସ-୦୫୪୫)ଟି ଦ୍ରୁତ ଗତି‌ରେ ଯାଉଥିଲା। ଏହି ସମୟରେ ଅଟକାଇବା ପରେ ଗାଡିଟି ଅଟକି ନ ଥିଲା। ଏହାପରେ ପୁଲିସ ଅଟକାଇବା ପରେ ଗାଡିର ସମ୍ମୁଖ ପଟେ ଦୁଇଟି ବଡ ଟ୍ରଲି ବ୍ୟାଗ ଓ ପଛ ପଟେ ଦୁଇଟି ଟ୍ରଲି ଲକ ଅବସ୍ତାରେ ବ୍ୟାଗ ରହିଥିବା ଜଣାପଡିଥିଲା। ଏହାପରେ ଯାଞ୍ଜ କରିବା ପରେ ସେଥିରେ ନକଲି ନୋଟ ରହିଥିବା ପୁଲିସ ଜାଣିବାକୁ ପାଇଥିଲା। ତାହା ସବୁ ଟ୍ରଲି ବ୍ୟାଗ୍‌ ଲକ୍‌ ଥିଲା। ଯାଞ୍ଚ କରିବା ପରେ ୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର