ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନଥାନା ପୁଲିସ ଏକ ମୋଟର ସାଇକେଲ ରାକେଟ ଗ୍ୟାଙ୍ଗକୁ ଠାବ କରିଛି। ଟାଉନ ଥାନା ପୁଲିସ ୮ଟି ମୋଟର ସାଇକେଲ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ଟାଉନଥାନାର ଏକ ଟିମ୍ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଏକ ବାଇକ ରାକେଟ ଗ୍ୟାଙ୍ଗଷ୍ଟାରଙ୍କୁ ଠାବ କରିଥିଲେ। ସେମାନଙ୍କ ମଧ୍ୟରେ କେସିଙ୍ଗା ବ୍ଲକ ସିନାଙ୍ଗ ଗ୍ରାମର ଆଶିଷ ହରପାଳ (୧୯), ସିନାଙ୍ଗ ଗ୍ରାମ ହରିଜନ ପଡାର ବିକି ପାତ୍ର (୨୯), କୃଷ୍ଣ ନାଗ (୧୯), ମହଗାଁର ଚିନା ହରିଜନ (୨୫), ମୁଡିଙ୍ଗ ଗ୍ରାମର କୁଳମଣି ମାଝୀ (୨୪), ଭବାନୀପାଟଣା ସହରର କୁକୁଡ଼ାଫାର୍ମ ପଡାର ସୁମିତ ନାଏକ (୨୨), ଥୁଆମୂଳ ରାମପୁର ବ୍ଲକ କୁମାରକାନି ଗ୍ରାମର ଜଗନ୍ନାଥ ନାଏକ (୨୪) ସମେତ ୭ ଜଣଙ୍କୁ ପୁଲିସ ଗିରଫ କରିଥିଲେ। ସେମାନଙ୍କ ଅକ୍ଷରୁ ୮ଟି ବିଭିନ୍ନ କମ୍ପାନିର ବାଇକ ଜବତ କରିଥିଲେ। ପରେ ପୁଲିସ ପକ୍ଷରୁ କେସ ନଂ ୧୯୮/୨୦ ରେ ଏକ ମାମଲା ରୁଜୁ କରି ସମସ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/IMG-20200823-WA0090.jpg)