ବେଆଇନ ମାଙ୍କଡ଼ା ପଥର ଖଣିରେ ଚଢ଼ଉ; ୮ ଟ୍ରକ-ଜେସିବି ସହ ୭ ଗିରଫ

ଖୋର୍ଦ୍ଧା: ଟାଙ୍ଗିଆପଡ଼ା ଓ କୁମାରବସ୍ତ ଅଂଚଳରେ ଥିବା ଦୁଇଟି ବେଆଇନ ମାଙ୍କଡ଼ାପଥର ଖଣିରେ ଚଢ଼ଉ କରି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ୯ଟି ଜେସିବି, ଟ୍ରାକ୍ଟର, ହାଇୱା, ପାୱାର୍ଟିଲର ଆଦି ଜବତ କରିବା ସହ ଏହି ମାମଲାରେ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୂର୍ବ ସୂଚନା ଆଧାରରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସର ଦୁଇଟି ଟିମ୍ ଆଜି ଅପରାହ୍ଣରେ ଟାଙ୍ଗିଆପଡ଼ା ଓ କୁମାରବସ୍ତ ଅଂଚଳରେ ଥିବା ଦୁଇଟି ବେଆଇନ ମାଙ୍କଡ଼ାପଥର ଖଣି ଉପରେ ଚଢ଼ଉ କରିଥିଲା । ଟାଙ୍ଗିଆପଡ଼ା ଖଣିରୁ ଦୁଇଟି ଟ୍ରାକ୍ଟର (ଓଡି ୦୨ଏଭି ୩୯୦୪ ଓ ଓଡି ୩୩ ଏଏ ୯୭୪୨) ଓ ଦୁଇଟି ପାୱାରଟିଲର ଜବତ କରିଥିଲା । ସେହିଭଳି କୁମାରବସ୍ତ ଠାରେ ଥିବା ବେଆଇନ ଖଣିରେ ଚଢ଼ଉ କରି ତିନିଟି ହାଇୱା (ଓଆର୍ ୧୬ ଡି ୪୧୧୨, ଓଡି ୦୨ ଏଏଫ୍ ୧୩୨୦ ଓ ଓଡି ୦୨ ଏଭି ୬୫୨୮), ଦୁଇଟି ଜେସିବି (ଓଡି ୩୩ଏସି ୮୨୫୭ ଓ ଓଡି ୦୨ ଏଏମ୍ ୪୫୪୬)କୁ ଜବତ କରିଥିଲା । ୩୭୦ ଓ ୩୭୧/୨୦୨୨ ଦୁଇଟି ମାମଲାରେ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ନୟାଗଡ଼ ବରପୁଟ ଫତେଗଡ଼ର କାର୍ତିକ ଜେନା, ହରେକୃଷ୍ଣପୁର ଇଟାମାଟିର ବାଦଲ ମାଲା, କଇଁଫୁଲିଆ ଫତେଗଡ଼ର ଜିତେନ କୁମାର ସାହୁ, କଟକ ଜିଲ୍ଲା ପାଟସିଂହପୁର-ଗୋବିନ୍ଦପୁରର ରଶ୍ମୀରଂଜନ ରାଉତରାୟ, ପୁରୀ ଡେଲାଙ୍ଗର ଦେବ ବଲ୍ଲଭ ରାୟ, ଖୋର୍ଦ୍ଧା ମେଣ୍ଢାଶାଳର ନୀଳମଣି ପାତ୍ର, ପିତାପଲ୍ଲୀର ରଂଜନ କୁମାର ମଙ୍ଗରାଜ ।

ସମ୍ବନ୍ଧିତ ଖବର