ଅଧିବର୍ଷରେ ୭ ଶିଶୁଙ୍କ ଜନ୍ମ, ଖୁସିରେ ଆତ୍ମବିଭୋର ପରିବାର

ଜୟପୁର: ଆଜି ଲିପ୍‌ ଇୟର ବା ଅଧିବର୍ଷ। ପ୍ରତି ଚାରିବର୍ଷକୁ ଥରେ ଆଜିର ଦିନରେ ଆସେ ଏହି ଦିନ। ହେଲେ ଆଜିର ଦିନକୁ କିଏ କେଉଁ ପ୍ରକାରରେ ମନାନ୍ତି। ସକାଳୁ ସକାଳୁ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି କାହାର ଜନ୍ମ ଦିନ ତ ପୁଣି କାହାର ବିବାହ ବାର୍ଷିକକୁ ନେଇ ଶୁଭେଚ୍ଛା। ଏହାରି ମଧ୍ୟରେ କିଛି ପରିବାରକୁ ଖୁସି ଆସିଛି। ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଖୁସିର ବାତାବରଣ ଦେଖାଯାଇଛି। ଏଠାରେ କିଛି ଲୋକ ଓ ମହିଳା ଖୁସିରେ ଆତ୍ମବିଭୋର ହୋଇଛନ୍ତି।

ସେହିପରି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଗୁମୁଡାର ତ୍ରିପତି ହନ୍ତାଳଙ୍କ ପରିବାରରେ ଖେଳିଯାଇଛି ଖୁସିର ଲହରୀ। ଆଜି ଏକ ପୁତ୍ର ସନ୍ତାନ ଲାଭ କରିଛନ୍ତି ତ୍ରିନାଥ ଓ ତାଙ୍କ ପତ୍ନୀ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୁର ଠାରେ ପୂତ୍ର ସନ୍ତାନ ଲାଭ କରିବା ପରେ ପରିବାର, ସଂପର୍କୀୟ ଓ ବନ୍ଧୁବାନ୍ଧବଙ୍କ ମଧ୍ୟରେ ଖୁସିର ସୀମା କହିଲେ ନସରେ। ଫେବ୍ରୁଆରି ୨୯କୁ ନେଇ ବେଶ୍‌ ଆଲୋଚନା ହେଉଥିବା ତ୍ରିନାଥ କହିଛନ୍ତି।

ଜୟପୁର ବ୍ଲକ ରଣ୍‌ତାପାଲି ପଞ୍ଚାୟତ ବୈରାଗୀ ମଠ ଅଞ୍ଚଳର ଜଣକ ପରିବାରରେ ମଧ୍ୟ ପୂତ୍ର ସନ୍ତାନ ଲାଭ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯାହାକୁ ନେଇ ସାଥିରେ ଆସିଥିବା ଆଶାକର୍ମୀ ବେଶ୍‌ ଖୁସି ପ୍ରକୋଟ କରିବା ସହ ଏପରି ଘଟଣା ବେଶି ଦିନ ପାଇଁ ମନେ ରହିବ ବୋଲି କହିଛନ୍ତି।

ଆଜି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବର୍ତ୍ତମାନ ସୁଦ୍ଧା ୭ଟା ଛୁଆ ଜନ୍ମ ହୋଇଥିବା ବେଳେ ୪ଟି ପୁଅ ଓ ତିନୋଟି ଝିଅ ଜନ୍ମ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୁଚନା ମିଳିଛି। ପୂର୍ବତନ ପ୍ରଫେସର ରଞ୍ଜିତ କୁମାର ମହାନ୍ତି କହିଛନ୍ତି ଯେ ପ୍ରତି ୪ ବର୍ଷରେ ଥରେ ଅଧିବର୍ଷ ଆସିଥାଏ ଏବଂ ସେହି ବର୍ଷ ୩୬୬ ଦିନରେ ସଂପୂର୍ଣ୍ଣ ହୁଏ। ଅଧିବର୍ଷରେ ଫେବ୍ରୁଆରି ମାସ ୨୮ ତାରିଖ ପରିବର୍ତ୍ତେ ୨୯ ତାରିଖରେ ଶେଷ ହୋଇଥାଏ। ଫେବ୍ରୁଆରି ମାସର ୨୯ ତାରିଖକୁ ଅଧିଦିବସ ବା ଲିପ୍‌ ଡେ’ କୁହାଯାଏ।

ପୃଥିବୀ ସୂର୍ଯ୍ୟ ଚାରିପଟେ ଗୋଟିଏ ଥର ବୁଲିଆସିଲେ ତାହା ଗୋଟିଏ ବର୍ଷ ବୋଲି ଆମେ ଧରିଥାଉ। ସାଧାରଣ ବର୍ଷ ଗୁଡ଼ିକରେ କ୍ୟାଲେଣ୍ଡରରେ ୧୨ ମାସର ୩୬୫ ଦିନ ରହିଥାଏ। ତେବେ ପୃଥିବୀ ସୂର୍ଯ୍ୟ ଚାରିପଟେ ଗୋଟିଏ ଥର ପରିକ୍ରମା ସଂପୂର୍ଣ୍ଣ କରିବାକୁ ୩୬୫ ଦିନ ନୁହେଁ, ବରଂ ପ୍ରାୟତଃ ୩୬୫.୨୫ ଦିନ ବା ୩୬୫ ଦିନ ୬ ଘଣ୍ଟା ହୋଇଥାଏ (ବିଭିନ୍ନ ବର୍ଷ ଗଣନା ପଦ୍ଧତିରେ ପରିଣାମ ଭିନ୍ନ ଭିନ୍ନ ହୋଇଥାଏ) । ତେଣୁ ଏହି ଅଧିକ ୬ ଘଣ୍ଟାକୁ ଆମେ ବ୍ୟବହାର କରୁଥିବା କ୍ୟାଲେଣ୍ଡର୍‌ ସହ ତାଳମେଳରେ ରଖିବା ପାଇଁ ପ୍ରତି ୪ ବର୍ଷରେ ଅଧିକ ୨୪ ଘଣ୍ଟା ଅର୍ଥାତ୍‌ ଗୋଟିଏ ଦିନକୁ ଯୋଡ଼ି ଦିଆଯାଏ।

ସମ୍ବନ୍ଧିତ ଖବର