ଯାଜପୁର: ଗତକାଲି ଆର୍ଥାତ୍ ଗୁରୁବାର ରାତି ପ୍ରାୟ ୧୧ ପାଖାପାଖି ହେବ ୧୬ ନମ୍ବର ଜାତୀୟ ରାଜପଥରେ ଧର୍ମଶାଳା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ୮ରୁ ୧୦ଜଣ ଯୁବକ ଦେଉଳି ହିଲ୍ ଟପ୍ ଜାରକାରେ ଡକାୟତି ଉଦ୍ୟମ କରିବା ପାଇଁ ଯୋଜନା କରୁଥିବା କଥା ସମ୍ପର୍କରେ ସୂଚନା ପାଇଥିଲା। ଏହାପରେ ପୁଲିସ ଏଚସି ଧର୍ମଶାଳା ପୁଲିସ ଷ୍ଟେସନ୍କୁ ଏଡି ଡକାୟତି ଉଦ୍ୟମ ହେବା ସମ୍ପର୍କରେ ଖବର ଦେଇଥିଲା। ଖବର ପାଇ ପୁଲିସ ସଙ୍ଗେସଙ୍ଗେ ଏକ ସ୍ୱତନ୍ତ୍ର ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଭାରତ ପେଟ୍ରୋଲ ପମ୍ପ ରାଥିୟାରେ ଡକାୟିତ କରିବା ସମ୍ପର୍କରେ ଆଲୋଚନା କରୁଥିବା କିଛି ୭ଜଣ ଯୁବକଙ୍କୁ କାବୁ କରିଥିବା ବେଳେ ତିନିଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗିରଫ ଅଭିଯୁକ୍ତଙ୍କ ଠାରୁ କିଛି ଅଳଙ୍କାର, ଏଟିଏମ୍ କାର୍ଡ, ମାରଣାଶସ୍ତ୍ର ଦେଶୀ ବୋମା ଓ ମୋବାଇଲ ଫୋନ୍ ଜବତ କରିଛି ପୁଲିସ।
ଗିରଫ ୭ ଅଭିଯୁକ୍ତମାନେ ହେଲେ ଢ଼େଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଗ୍ରାମର ନବଘନ ସାହୁଙ୍କ ପୁଅ ସୌରଭ ସାହୁ ଓରଫ ବଣ୍ଟି, ସେହି ଗ୍ରାମର ଲଲିତ ମୋହନ ଧଳଙ୍କ ପୁଅ ରାଜେଶ କୁମାର ଧଳ ଓରଫ ବାବୁଲୁ, କନ୍ଧାବିନ୍ଧା ଗ୍ରାମର ଅକ୍ଷୟ କୁମାର ରାଉତଙ୍କ ପୁୁଅ ଅଜୟ କୁମାର ରାଉତ, ଯାଜପୁର ଜିଲ୍ଲାର କଲାଣା ପାଇକରାପୁରର ଦଶରଥ ପରିଡାଙ୍କ ପୁଅ ଦିପ୍ତିରଞ୍ଜନ ପରିଡା ଓରଫ ପାପୁନି, ଦାନାଗାଡ଼ିର ଅଜିତ ବେହେରାଙ୍କ ପୁଅ ସାଗର ବେହେରା ଓ ଦିନବନ୍ଧୁ ବେହେରାଙ୍କ ପୁଅ ପଙ୍କଜ ବେହେରା ବୋଲି ଜଣାପଡ଼ିଛି। ସେହିପରି ଫେରାର ହୋଇଯାଇଥିବା ତିନି ଅଭିଯୁକ୍ତଙ୍କ ନାମ ପିଣ୍ଟୁ, ବିଜୁ ଓ ଚନ୍ଦନ। ଏମାନଙ୍କୁ ଧରିବା ପାଇଁ ପୁଲିସ ଅନୁସନ୍ଧାନ ଜାରି ରଖିଛି।