ଖରସ୍ରୋତା ନଦୀବନ୍ଧ ତଳେ ୭ ଫୁଟର କୁମ୍ଭୀର

ସୁଜନପୁର: ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତର ରାଜଘାଟ ତଳକୁ ଥିବା ଦରାଜପୁର ଘାଇ ନିକଟ ଖରସ୍ରୋତା ନଦୀବନ୍ଧ ତଳେ ବାଲିଚରରେ ପ୍ରାୟ ୭ ଫୁଟର କୁମ୍ଭୀର ଦେଖିବାକୁ ମିଳିଛି। ସେଠାରେ ଏଇ କିଛିଦିନ ହେବ ବାରମ୍ବାର କୁମ୍ଭୀର ବୁଲୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ନିକଟସ୍ଥ ଦରାଜପୁର, ମେଳକ, ହସନପୁର, ଷଠିଆଟିକିରୀ, କମଳପୁର, ମାଧପୁର, ବଡ଼ବନ୍ତର ଚାଷୀମାନେ ଖୁମ୍ଭୀର ଦେଖି ଭୟଭୀତ ହୋଇଥିବା କହିଛନ୍ତି। କିଛିଦିନ ତଳେ ଏହି ସ୍ଥାନ ନିକଟ ନଖେଇଠାରେ କୁମ୍ଭୀର ବାହାରିଥିଲା। ରାଜଘାଟ ପୋଲ ନିକଟରେ କୁମ୍ଭୀରକୁ ଉଦ୍ଧାର କରାଯାଇଥିଲା। ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର