ଭଦ୍ରକ : ରାତି ଅଧରେ ଘରେ ଲାଗିଲା ନିଆଁ, କିଛି ବୁଝିବା ଆଗରୁ ସବୁଯାକ ନିଆଁରେ ପୋଡି ପାଉଁଶ ହୋଇଗଲା । ଚାନ୍ଦବାଲି ବ୍ଲକ ଭାଟପଡ଼ା ଗ୍ରାମପଞ୍ଚାୟତ ଉଗ୍ରତରା ପତିସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ଭାଇଙ୍କ ୭ ବଖରା ଘର ପୋଡ଼ିଯାଇଛି । ଦୁଇ ଭାଇ ସୁକାନ୍ତ ଓ ସନ୍ତୋଷ ପତି ସବୁଦିନ ପରି ଗତକାଲି ରାତିରେ ଖାଇ ପିଇ ଶୋଇଥିଲେ । କିନ୍ତୁ ରାତି ଦୁଇଟାରେ ଘରେ ନିଆଁ ଲାଗିଯାଇଥିବା ଜାଣିବାକୁ ପାଇଲେ । ପିଲାଛୁଆଙ୍କ ଧରି ଘରୁ ବାହାରକୁ ବାହାରି ଆସିଥିଲେ । ଗାଁଲୋକଙ୍କୁ ଡାକ ପକାଇଥିଲେ । ଗାଁରେ ପୋଖରୀ ନଥିବାରୁ ନିଆଁ ଲିଭାଇବା ସମ୍ଭବ ହୋଇନଥିଲା ଦମକଳ ଆସିଲା ବେଳକୁ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଗଲା । ଖଟ ପଲଙ୍କ ଟିଭି ଫ୍ରିଜ୍ ଟଙ୍କା ଧାନ ଚାଉଳ ସୁନାରୁପା, ବାସନ କୁସନ ସବୁକିଛି ଜଳି ପାଉଁଶ ହୋଇଯାଇଥିଲା । ଏତେ ଭୟଙ୍କର ଥିଲା ଯେ ବିପନ୍ନ ପରିବାର ଖାଲି ପିନ୍ଧା ଲୁଗା ଛାଡିଦେଲେ ଅନ୍ୟ କିଛି ସାମଗ୍ରୀକୁ ରକ୍ଷା କରିପାରି ନଥିଲେ ।
ଭୟାବହ ଅଗ୍ନିକାଣ୍ଡରେ ପୋଡ଼ିଗଲା ୭ ବଖରା ଘର, ଦୁଇ ପରିବାର ସର୍ବସ୍ବାନ୍ତ
/sambad/media/post_attachments/wp-content/uploads/2021/04/WhatsApp-Image-2021-04-30-at-18.32.59.jpeg)