କେନ୍ଦୁଝର: ସଦର ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ ପୁତୁଲିପାଣି ନିକଟରେ ଆଜି ଅପରାହ୍ଣରେ ଟ୍ରକ୍ ପଛରେ ଅନ୍ୟ ଏକ ଟ୍ରକ ପିଟିହେବାରୁ ୭ଜଣ ଗୁରୁତର ହୋଇଛନ୍ତି। ଆହତମାନେ ଗୁରୁବାର ବାଂଶପାଳ ହାଟରୁ ବ୍ୟବସାୟ ପାଇଁ ଆମ୍ବସଢା କିଣି ପୁତୁଲିପାଣି ନକଟରୁ ୧୨ଚକିଆ ଟ୍ରକରେ ଚଢ଼ି କେନ୍ଦୁଝର ଅଭିମୁଖେ ଘରକୁ ଫେରୁଥିଲେ। ପୁତୁଲିପାଣି ଛକ ରାସ୍ତା ନିକଟରେ ଦୁଇଟି ବଳଦ ହଠାତ୍ ଗାଡି ଆଗକୁ ଚାଲି ଆସିବାରୁ ବଳଦ ଙ୍କୁ ବଞ୍ଚାଇବାକୁ ଯାଇ ଚାଳକ ନିୟନ୍ତ୍ରଣ ହରାଇ ବ୍ରେକ ଡାଉନ ହୋଇ ଛିଡା ହୋଇଥିବା ଟ୍ରକ କୁ ପିଟିଦେଇଥିଲେ। ଗୁରୁତର ଆହତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସଦର ପୁଲିସ ଖବର ପାଇ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ତଦନ୍ତ ଚଳାଇଛି।