ମାଲକାନଗିରି: ମାଲକାନଗିରି ଜିଲ୍ଲା ଚାଇଲ୍ଡ ଲାଇନ ପକ୍ଷରୁ ଆଜି ଦ୍ବିପହରରେ ବିଶେଷ ସୂତ୍ରରୁ ଖବର ପାଇ ୪ ନାବାଳିକା ଶ୍ରମିକ ସହ ୭ ଜଣ ଶ୍ରମିକଙ୍କୁ ସ୍ଥାନୀୟ ଟିନା ଗ୍ୟାରେଜ ନିକଟରୁ ଉଦ୍ଧାର କରାଯାଇଛି। ଏହି ଶ୍ରମିକମାନେ ମାଥିଲି ଅଂଚଳର ଭଣ୍ଡାରିପାଙ୍ଗାମ ଗ୍ରାମର ବୋଲି ଜଣାପଡିଛି। ଦଲାଲ ଏମାନଙ୍କ ଅଧିକା ଟଂକାର ଲୋଭ ଦେଖାଇ ତେଲେଙ୍ଗାନାର ଭୀମାଲୁର ଅଂଚଳରେ ରହିଥିବା ଚିଙ୍ଗୁଡ଼ି କାରଖାନାରେ କାମ କରିବା ପାଇଁ ନେଉଥିବା ଜଣାପଡିଛି। ତେବେ ଚାଇଲ୍ଡ ଲାଇନ ପକ୍ଷରୁ ଏମାନଙ୍କୁ ଉଦ୍ଧାର କରାଯାଇ ସିଡବ୍ଲୁସି ନିକଟରେ ହାଜର କରାଯାଇଥିବା ଜଣାପଡିଛି।
/sambad/media/post_attachments/wp-content/uploads/2021/07/Mkg-sisu-Sramika-chalan-2-1024x760.jpg)
ଏଠାରେ ସୂଚନାଯୋଗ୍ୟ ଯେ ଦଲାଲମାନେ ଶ୍ରମ ବିଭାଗରେ କୌଣସି ଲାଇସେନସ ନକରି ଜିଲ୍ଲାର ଦୁର୍ଗମ ଅଂଚଳରୁ ସରଳ ଆଦିବାସୀ ନାବାଳିକା ନାବାଳକମାନଙ୍କୁ ଟାର୍ଗେଟ କରି ବାହାରକୁ ଚାଲାଣ କରୁଛନ୍ତି। ଅଧିକା ଟଂକାରେ ଦଲାଲମାନେ ଏମାନଙ୍କୁ ବିକ୍ରି କରୁଛନ୍ତି।ଯାହାଫଳରେ ଏମାନେ ଥରେ ଫସିଗଲେ ଆଉ ବାହାରି ପାରୁନାହାନ୍ତି। ମାଲକାନଗିରି ଜିଲ୍ଲାରେ କାମର ଅଭାବ ରହିଥିବାରୁ ଏମାନେ ବାଧ୍ୟ ହୋଇ ଦଲାଲର କଥାରେ ପଡି ବାହାରକୁ ଦାଦନ ଖଟିବାକୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ତେବେ ଶ୍ରମ ବିଭାଗ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଆଗାମୀ ଦିନରେ ଏଭଳି ନାବାଳିକା ଚାଲାଣ ହେବ ନାହିଁ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/96d89fd5-8f6c-4716-9653-69f56dbf7dc9.jpg)