ମହୁଲ ପୋଚ ଖାଇ ୭ ମେଣ୍ଢା ମୃତ, ୨୮ ଅସୁସ୍ଥ

ତେନ୍ତୁଳିଖୁଣ୍ଟି : ଗାଁ ଗାଁ ରେ ଚାଲିଛି ବେଆଇନ ମହୁଲି ମଦ କାରବାର, ଏଥି ନିମନ୍ତେ ବ୍ୟବହୃତ ମହୁଲ ପୋଚକୁ ଏଣେତେଣେ ଫୋପଡା ଯାଉଛି ।  ଫଳରେ ଏହି ପୋଚକୁ ଖାଇ ଅନେକ ଗାଈ ଗୋରୁ ମେଣ୍ଢା ଛେଳି ମୃତ୍ୟୁ ମୁଖରେ ପଡ଼ୁଥୁବା ବେଳେ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି ।  ଏଭଳି ଏକ ଘଟଣା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ଗ୍ରାମରେ ଦେଖୁବାକୁ ମିଳିଛି ।  ଫିଙ୍ଗା ଯାଇଥିବା ମହୁଲ ପୋଚ ଖାଇ ସାତଟି ମେଣ୍ଢା ମୃତ୍ୟୁ ବରଣ କରିଥୁବା ବେଳେ ୨୮ ରୁ ଅଧିକ ଅସୁସ୍ଥ ଥୁବା ଜଣାପଡିଛି ।  ଖବର ପାଇ ତେନ୍ତୁଳିଖୁଣ୍ଟି ପ୍ରାଣୀ ଚିକିତ୍ସା କେନ୍ଦ୍ରର କର୍ମଚାରୀ କଣ୍ଟାଗାଁରେ ପହଞ୍ଚି ଅସୁସ୍ଥ ମେଣ୍ଢାମାନଙ୍କୁ ଚିକିତ୍ସା କରିବା ପରେ ସେମାନେ ସୁସ୍ଥ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ କଣ୍ଟାଗାଁ ଗ୍ରାମର କେଶବ ଶବରଙ୍କ ପୁଅ ଦେସନ ଶବର ତାଙ୍କ ପ୍ରାୟ ୩୫ ଟି ଛେଳି ମେଣ୍ଢାକୁ ନେଇଁ ନିକଟସ୍ଥ କାଜୁ ବାଡ଼କୁ ଚୋରାଇବାକୁ ନେଇଥିଲେ ! ନିକଟରେ ମଦ ବ୍ୟବସାୟ କରିବା ପାଇଁ ମହୁଲ ପୋଚ ତିଆରି ହେଉଥିବା ବେଳେ ମଦ ପ୍ରସ୍ତୁତ ପରେ ଉକ୍ତ ମହୁଲ ପୋଚକୁ କାଜୁ ବଗିଚାରେ କେହି ଫିଙ୍ଗି ଦେଇ ଚାଲିଯାଇଥିଲେ ! ମେଣ୍ଢା ମାନେ ଚରିବା ସମୟରେ ଉକ୍ତ ମହୁଲ ପୋଚକୁ ଖାଇଦେଇଥିଲେ ! ଏହା ଖାଇବା ପରେ ସମସ୍ତ ମେଣ୍ଢା ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ ! ସେଥିରୁ ସାତୋଟି ମେଣ୍ଢା କାଜୁ ବଗିଚାରେ ହିଁ ମୃତ୍ୟୁ ବରଣ କରିଥୁବା କେଶବ ପ୍ରକାଶ କରିଛନ୍ତି ! ମଦ ବ୍ୟବସାୟୀ ମାନେ ମଦକୁ ଅଧିକ ନିଶାଯୁକ୍ତ କରିବା ସକାଶେ ମହୁଲ ପୋଚରେ ବେଟେରି ଗୁଣ୍ଡ ସମେତ ବିଭିନ୍ନ ରାସାୟନିକ ସାର ପ୍ରୟୋଗ କରୁଛନ୍ତି ! ମେଣ୍ଢା ଚାଷ କରି ଜୀବିକା ନିର୍ବାହ କରୁଥିବା କେଶବଙ୍କ ସାତୋଟି ମେଣ୍ଢା ଏକ ସଙ୍ଗରେ ମରିଯିବାପରେ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

 

ସମ୍ବନ୍ଧିତ ଖବର