ମାଲକାନଗିରି: ଗତକାଲି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେଓ୍ଵାଡା- ବିଜାପୁର ମଧ୍ୟବର୍ତ୍ତୀ ଗାଙ୍ଗଲୁର ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ନକ୍ସଲ- ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୭ ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ମଧ୍ୟରେ ୩ ଜଣ ମହିଳା ଓ ୪ ଜଣ ପୁରୁଷ ନକ୍ସଲ ଥିବା ଜଣାପଡ଼ିିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ବିଆରଜି, ଡିଭିଏଫ, ଏସ୍ଟିଏଫ୍ ଓ ଜିଲ୍ଲା ପୁଲିସ ମିଳିତ ଭାବେ ଗାଙ୍ଗୁଲୁର ଥାନା ଅନ୍ତର୍ଗତ ଏକ ଜଙ୍ଗଲ ଭିତରେ କମ୍ବିଂ ଅପରେସନ ଚଳାଇଥିଲେ। ତେବେ ସେହି ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଥିଲା। ମାଓବାଦୀମାନେ ସେଠାରେ ଆମ୍ବୁସ କରି ଛକି ରହିଥିଲେ। ତେବେ ସୁରକ୍ଷା କର୍ମୀଙ୍କୁ ଦେଖି ମାଓ କ୍ୟାମ୍ପ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ନକ୍ସଲ ହଠାତ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷା କର୍ମୀମାନେ ପାଲଟା ଗୁଳି ଚଳାଇବା ସହିତ ୪ ପଟୁ ଘେରି ମାଓ କ୍ୟାମ୍ପକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲେ। ପରେ ସେହି କ୍ୟାମ୍ପ ଭିତରେ ୭ ଜଣ ନକ୍ସଲଙ୍କ ମୃତଦେହ ଜବତ କରିଛି ପୁଲିସ। ସେହିପରି ଘଟଣାସ୍ଥଳରୁ ଗୋଟିଏ ଇନସାସ ରାଇଫଲ, ୨ଟି ଥ୍ରି ନଟ୍ ଥ୍ରି ରାଇଫଲ, ଗୋଟିଏ ବାର ବୋର ରାଇଫଲ, ବିପୁଳ ପରିମାଣର ବୋମା, ବୋମା ସାମଗ୍ରୀ, ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ମାଲକାନଗିରି: ନକ୍ସଲ-ପୁଲିସ ଗୁଳି ବିନିମୟ, ୭ ନକ୍ସଲ ମୃତ, ମାଓ କ୍ୟାମ୍ପ ଧ୍ୱସ୍ତ
/sambad/media/post_attachments/wp-content/uploads/2018/07/Naxalite.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)