ସମ୍ବଲପୁର: ଗୋମାଂସ ଚାଲାଣକୁ ନେଇ ଉତ୍ତେଜନା, ରାସ୍ତାରୋକ

ସମ୍ବଲପୁର: ଆଜି ସକାଳେ ସମ୍ବଲପୁର ସାକ୍ଷୀପଡ଼ା  ସରଲାଛକ ନିଖଟରେ ଏକ ଅଟୋରେ ଗୋମାଂସ ଚାଲାଣ ହେଉଥିବା ବେଳେ ବଜରଙ୍ଗ କର୍ମୀମାନେ ଅଟକାଇ ପୁଲିସର ଜିମା ଦେଇଛନ୍ତିି। ପୁଲିସ ସମ୍ପୃକ୍ତ ଅଟୋରୁ ୧ କୁଇଣ୍ଟାଲ ଗୋମାଂସ ଜବତ କରିବା ସହିତ ଏହି ଘଟଣାରେ ଅଟୋ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ଅଟୋରେ ଗୋମାଂସ ସହର ବାହାରକୁ ଚାଲାଣ ହେଉଥିବା ନେଇ ଏକ ସୂଚନା ବଜରଙ୍ଗଦଳର କର୍ମୀମାନଙ୍କ ପାଖରେ ପହଞ୍ଚିଥିଲା। ଏହି ସୂଚନା ଆଧାରରେ ମୋତିଝରନ୍‌ରୁ  ଯାଉଥିବା ଏହି ଅଟୋକୁ ବଜରଙ୍ଗ ଦଳର କର୍ମୀମାନେ ଅଟକାଇ ପୁଲିସକୁ ଖବର ଦେବା ସହିତ ସେଠାରେ ରାସ୍ତାରୋକ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଟୋର ତଲାସୀ ନେବା ବେଳେ ଆଗ ସିଟ୍‌ ତଳେ  ପ୍ରାୟ ୧ କ୍ୟୁଣ୍ଟାଲ ଗୋମାଂସ ଥିବା ଦେଖିବାକୁ ମିଳିଥିଲା। ମାଂସ ସହିତ ଅଟୋକୁ ଜବତ କରି  ଅଟୋ ଡ୍ରାଇଭର ସିନିପାଲି ଅଞ୍ଚଳର ମହମ୍ମଦ ଫୈଜାନାକୁ ଗିରଫ କରି ପଚରାଉଚରା କରାଯାଉଛି  ବୋଲି  ପୁଲିସ କହିଛି।

ସମ୍ବନ୍ଧିତ ଖବର