ଉଦଳା: ଉଦଳା ବ୍ଲକ୍ ଦୁଗଧା ଗ୍ରାମରେ ଧୂପକାଠି ନିଆଁରୁ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଉଦଳା-ଦୁଗଧା ମୁଖ୍ୟ ରାସ୍ତା କଡ଼ରେ ସ୍ଥାନୀୟ ବାସିନ୍ଦା ରଞ୍ଜନ ମହାପାତ୍ର ଏକ ତେଜରାତି ଦୋକାନ କରିଛନ୍ତି। ଗତକାଲି ସନ୍ଧ୍ୟାରେ ରଞ୍ଜନଙ୍କ ସ୍ତ୍ରୀ ଲିଲିମଣି ଦୋକାନୋ ଜଣେ ଗ୍ରାହକଙ୍କୁ ଡିଜେଲ୍ ଦେଉଥିଲେ। ଏହି ସମୟରେ ତାଙ୍କ ୭ ବର୍ଷର ପୁଅ ଶ୍ରେୟାଂସ ଏକ ଜଳନ୍ତା ଧୂପକାଠି ଧରି ଲିଲିମଣିଙ୍କ ନିକଟକୁ ଚାଲି ଆସିବାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ମା’ ଲିଲିମଣି ଓ ବାପା ରଞ୍ଜନ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅ ଶ୍ରେୟାଂସଙ୍କ ଶରୀରର ପ୍ରାୟ ୭୦ ଭାଗ ପୋଡିଯାଇଥିଲା। ପିଲାଟିକୁ ସଂକଟାପନ୍ନ ଅବସ୍ଥାରେ ପ୍ରଥମେ ବାରିପଦା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଜୀବନ ସହ ସଂଗ୍ରାମ କରି ଆଜି ଭୋର ସମୟରେ ଆଖି ବୁଜି ଦେଇଛି ଶ୍ରେୟାଂଶ। ଆଜି ସନ୍ଧ୍ୟାରେ ଶ୍ରେୟାଂଶର ମୃତଦେହ ଗାଁରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ପରିବେଶ।
ଧୂପକାଠି ନିଆଁରୁ ଭୟଙ୍କର ଅଗ୍ନିକାଣ୍ଡ ଜଳିଗଲା ୭ ବର୍ଷର ନାବାଳକ
/sambad/media/post_attachments/wp-content/uploads/2021/05/fire-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)