ଚମ୍ପୁଆ/ବଡ଼ବିଲ: ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏକ ହତ୍ୟା ମାମଲାର ବିଚାର କରି ଦୋଷୀକୁ ୭ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୯ ସେପ୍ଟେମ୍ବର ୨୩ ତାରିଖରେ ବଡ଼ବିଲ ଥାନା ଦାମୁହଟିଂର କାଳିଆ ଗୋପ ନିଜ ପତ୍ନୀ ଦେବକୀ ଗୋପଙ୍କୁ ଏକ ପ୍ଲାଷ୍ଟିକ ପାଇପ୍‌ରେ ପିଟିପିଟି ହତ୍ୟା କରିଥିଲା।

Advertisment

ଏନେଇ ଦେବକୀଙ୍କ ବାପା ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନମ୍ବର ୧୮୪/୧୯ରେ ମାମଲା ରୁଜୁ କରି କାଳିଆକୁ କୋର୍ଟଚାଲାଣ କରିଥିଲା। ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସରୋଜ କୁମାର ଦାସ ଏହି ମାମଲାରେ ୨୬ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ କାଳିଆକୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ‌ଦେଇଛନ୍ତି। ସରକାରୀ ଓକିଲ ମଧୁସୂଦନ ପତି ମାମଲା ପରିଚାଳନା କରୁଥିଲେ।