ପତ୍ନୀହନ୍ତାଙ୍କୁ ୭ ବର୍ଷ ଜେଲଦଣ୍ଡ

କେନ୍ଦୁଝର: ଜଣେ ପତ୍ନୀହନ୍ତାଙ୍କୁ ଆଜି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଶ୍ବଜିତ ମହାନ୍ତ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୨୦୧୮ ମସିହାରେ ପାଟଣା ଥାନା ଆହାରପଡା ଗ୍ରାମର ଗୋବିନ୍ଦ ମୁଣ୍ଡାଙ୍କର ତାଙ୍କ ସ୍ତ୍ରୀ ସହିତ ଝଗଡା ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ଏକ ଇଟାରେ ସ୍ତ୍ରୀଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଫଳ‌ରେ ତାଙ୍କର ମୃତ୍ୟୁ ଘଟିଥିଲା । ପାଟଣା ପୁଲିସ ଗୋବିନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ମାମଲାର ବିଚାର କରି କେନ୍ଦୁଝର ଅତିରିକ୍ତ ଦୌରାଜଜ୍ ଆଜି ଗୋବିନ୍ଦଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର