ପତ୍ନୀ ହତ୍ୟା ଅଭିଯୁକ୍ତକୁ ୭ବର୍ଷ ଜେଲ

ବାରିପଦା: ଜଣେ ପତ୍ନୀ ହତ୍ୟାକାରୀକୁ ଆଜି ୭ବର୍ଷ ଜେଲ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି ବାରିପଦା ଅତିରିକ୍ତ ସେସନ୍‌ ଜଜ୍‌-୧ ପ୍ରବୀର କୁମାର ଚୌଧୁରୀ। ୨୦୧୫ ମସିହାରେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବଣକାଟି ଗ୍ରାମର ସୁଦାମ ମାର୍ଣ୍ଡି ଓରଫ୍‌ ପୁଣ୍ଟିଆ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ଏନେଇ ରାସଗୋବିନ୍ଦପୁର ଥାନାରେ କେସ୍‌ ନଂ- ୧୨୩/୧୫ ମୂଳେ ଦଫା ୪୯୮/୩୦୨ରେ ମାମଲା ରୁଜୁ ହୋଇଥିଲା। ତେବେ ବିଚାରପତି ଅଭିଯୁକ୍ତ ପୁଣ୍ଟିଆକୁ ଦଫା ୩୦୪(୨)ରେ ୭ ବର୍ଷ ଦଣ୍ଡାଦେଶ ସହିତ ୩ହଜାର ଟଙ୍କା ଜରିମାନା ରାଶିରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ୩ ମାସ ଅତିରିକ୍ତ ଜେଲଦଣ୍ଡ ରାୟ ଶୁଣାଯାଇଛି ବିଚାରପତି। ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଦାସ ମାମଲା ପରିଚାଳନା କରୁଥିଲେ।

 

ସମ୍ବନ୍ଧିତ ଖବର