ଟ୍ୟୁସନ୍‌ରୁ ଆଣିବାକୁ ଯାଇ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର

ବ୍ରଜରାଜନଗର: ଜଣେ ୭ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଝାରସୁଗୁଡା ଚାଇଲ୍ଡ ଲାଇନ ସହାୟତାରେ ବ୍ରଜରାଜନଗର ଥାନାରେ ଆଜି ଅପରାହ୍ନରେ ଏକ ମାମଲା ରୁଜୁ ହୋଇଛି। ଚାଇଲ୍ଡ ଲାଇନ କେନ୍ଦ୍ର ସଂଯୋଜକ ଆଶିଷ ପଣ୍ଡା ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ପୁଲିସ ପ୍ରୟାସ ଚଳାଇଥିବା ବ୍ରଜରାଜନଗର ଆଇ.ଆଇ.ସି ନଳିତା ମୋଦି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗତ ୧ତାରିଖ ସନ୍ଧ୍ୟାରେ ନାବାଳିକା ଟ୍ୟୁସନ ପଢିବାକୁ ଯାଇଥିଲା। ନାବାଳିକାର ବାପା କୌଣସ କାମରେ ଅନ୍ୟତ୍ର ଯାଇଥିବାରୁ ଝିଅକୁ ଆଣିବାକୁ ମା’ ଅନ୍ୟ ଜଣକୁ ପଠାଇଥିଲେ। ସେହି ଯୁବକ ଜଣକ ନାବାଳିକାଙ୍କୁ ଘରକୁ ଆଣିବା ସମୟରେ ଦୁଷ୍କର୍ମ କରିଥିଲା। ଘରେ ନାବାଳିକା ପହଞ୍ଚିବା ପରେ ସେଭଳି ଯୁବକକୁ କେବେ ତାକୁ ଆଣିବା ପାଇଁ ନପଠାଇବାକୁ କହିଥିଲା। ଏନେଇ ଯେତେପ୍ରକାର କହିଲେ ମଧ୍ୟ ନାବାଳିକା କିଛି ନକହି କାନ୍ଦିଥିଲା।

ଗତକାଲି ରାତିରେ ନାବାଳିକା ସମସ୍ତ କଥା ଘରେ ମା’କୁ କହିବା ପରେ ସେମାନେ ଝାରସୁଗୁଡା ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ। ଚାଇଲ୍ଡ ଲାଇନ ସଂଯୋଜକ ଆଶିଷ ପଣ୍ଡା, ସଭ୍ୟା ଜ୍ୟୋସ୍ନା ପ୍ରଧାନ ବ୍ରଜରାଜନଗର ପହଞ୍ଚି ଥିଲେ। ପିଡିତା ନାବାଳିକାର ବାପା-ମା’ଙ୍କ ଠାରୁ ସବୁ ବୁଝିବା ପରେ ବ୍ରଜରାଜନଗର ଥାନାକୁ ଯାଇ ଆଇ.ଆଇ.ସିଙ୍କୁ ସବୁକଥା କହିଥିଲେ। ଚାଇଲ୍ଡ ଲାଇନ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୩୭୬, ପୋକ୍ସୋ ଧାରାରେ (୬)ରେ ଏକ ମାମଲା ରୁଜୁ ହୋଇଥିଲା। ନାବାଳିକାକୁ ଡାକ୍ତରୀ ମଇନା କରାଯାଇଛି।

ସମ୍ବନ୍ଧିତ ଖବର