ରାଉରକେଲା: ଭୁଶୁଡ଼ିପଡ଼ିଲା ୭୦ ଫୁଟ ଉଚ୍ଚର ପାଣିଟାଙ୍କି

ରାଉରକେଲା: ରାଉରକେଲା ଟାଉନ୍‌ସିପ୍‌ର ଭେଷଜ ପଟେଲ ମେଡିକାଲ ନିକଟରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ଏକ ୭୦ ଫୁଟ୍‌ ଉଚ୍ଚର ପାଣି ଟାଙ୍କି ଆଜି ସକାଳେ ଭୁଶୁଡ଼ି ପଡ଼ିଛି। ତେବେ ଏହି ପାଣି ଟାଙ୍କି ଭୁଶୁଡ଼ି ପଡ଼ିବା ଦ୍ୱାରା କେହି ମୃତାହତ ହୋଇ ନ ଥିବା ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ଅପରପକ୍ଷେ ପାଣି ଟାଙ୍କି ପାଖରେ ଥିବା ଏକ ସରକାରୀ ଅଫିସର ପାଚେରି ଭାଙ୍ଗି ଯାଇଥିବା ବେଳେ ନିକଟରେ ଥିବା ୱେସ୍କୋ ଅଫିସ୍‌ର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପାଣିଟାଙ୍କି ତଳେ ଚାପି େଓ୍ଵସକେ୍‌ା ଅଫିସର କମ୍ପ୍ୟୁଟର ଠାରୁ ଆରମ୍ଭ କରି ବିଭିନ୍ନ ଆସବାବପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପାଣି ଟାଙ୍କି ଭୁଶୁଡ଼ି ପଡ଼ିବା ଫଳରେ କିଛି ବାଇକ୍‌ ଓ ସାଇକେଲ ଭାଙ୍ଗିରୁଜି ଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଭୁଶୁଡ଼ି ପଡ଼ିଥିବା ପାଣି ଟାଙ୍କିଟି ପୁରୁଣା ହୋଇଯାଇଥିଲା। ପ୍ରାୟ ୩୦ ବର୍ଷ ତଳେ ନିର୍ମିତ ଏହି ଟାଙ୍କିକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନ୍‌ସେଫ୍‌ ଘୋଷଣା ଯାଇ ନ ଥିଲା କିମ୍ବା ଏହାକୁ ଭାଙ୍ଗିବା ପାଇଁ ପୂର୍ବରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିଲା। ବରଂ ଏହି ବିପଦସଙ୍କୁଳ ପାଣି ଟାଙ୍କିରେ ପାଣି ଭର୍ତ୍ତି କରି ସିଭିଲ ଟାଉନ୍‌ସିପ୍‌କୁ ଜଳଯୋଗାଣ କରାଯାଉଥିଲା।ଏହି ପୁରୁଣା ପାଣି ଟାଙ୍କି ନିକଟରେ ଆଉ ଏକ ନୂଆପାଣି ଟାଙ୍କି ନିର୍ମାଣ କରାଯାଉଛି।

ସମ୍ବନ୍ଧିତ ଖବର