ରାଇରଙ୍ଗପୁର: କରୋନା ପାଇଁ ସାରା ଦେଶ ଲକ୍ ଡାଉନ୍ ଥିବା ବେଳେ ଚୋରା ମଦ ବେପାରୀଙ୍କ କିଛି ପ୍ରଭାବ ନାହିଁ। ଗାଁ ଗଣ୍ଡାରେ କୁଟୀର ଶିଳ୍ପ ପାଲଟି ଯାଇଥିବା ଦେଶୀ ମଦ କାରବାରକୁ ରୋକିବା ପାଇଁ ଅବକାରୀ ବିଭାଗ କଡ଼ା ପଦକ୍ଷେପ ନେଉ ନଥିବାରୁ ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି। ଲକ୍ ଡାଉନ୍ ସମୟରେ ଲୋକେ ରୋଜଗାର ହରାଇ ଘରେ ରହୁଥିବା ବେଳେ ଦେଶୀ ମଦ ଭାଟି ଖୋଲି କରୋନା ମହାମାରୀକୁ ପ୍ରୋତ୍ସାହନ ଦେଉଛନ୍ତି ମୁନାଫାଖୋର୍ ଚୋରା ବ୍ୟବସାୟୀ।
ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ସାନପାଖନା ପଞ୍ଚାୟତ ରେହେଡ଼ାକଚା ପାହାଡ଼ ଉପେରେ ଦେଶୀ ମଦ ଭାଟି ତିଆରି କରି ମହୁଲି ମଦ ତିଆରି କରୁଥିବା ବେଳେ ଆଜି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୁଲିସ୍ ଅତର୍କିତ ଚଢ଼ାଉ କରିଛି। ଲକ୍ ଡାଉନ୍ ସମୟରେ ଏଭଳି ବେଆଇନ କରାବାରରେ ସଂପୃକ୍ତ ଲୋକେ ଘଟଣାସ୍ଥଳରୁ ଖସି ଯିବାକୁ ସକ୍ଷମ ହୋଇଥିବା ବେଳେ ପୁଲିସ୍ ଏହା ଉପରେ କଡ଼ା ନଜର ରଖିଛି।
/sambad/media/post_attachments/wp-content/uploads/2020/04/IMG-20200403-WA0013-1024x282.jpg)
ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ନେତୃତ୍ବରେ ପୁଲିସ୍ ଟିମ୍ ରେହେଡ଼ାକଚା ପାହାଡ଼ ଉପରକୁ ଯାଇଥିଲେ। ଅତର୍କିତ ଚଢ଼ାଉ କରି ୭୦ଲଟିର ଦେଶୀ ମହୁଲି ମଦ ସମେତ ତିନି କ୍ବିଣ୍ଟାଲ ମହୁଲ ପୋଚ ଓ ସରଞ୍ଜାମ ସବୁ ଜବତ କରିଛି। ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଦଫା ୨୬୯,୨୭୦, ୧୮୮, ୩୪ ଆଇପିସି ମୂଳେ ୪୧/୨୦ରେ ଏକ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/IMG-20200403-WA0007.jpg)