୭୨ ବୋତଲ ନକଲି ବିଦେଶୀ ମଦ ଜବତ, ୨ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ରାଉରକେଲା: ଇସ୍ପାତ ସହର ଭିତରେ ନକଲି ବିଦେଶୀ ମଦ କାରବାର ଢ଼େର୍‌ ବୃଦ୍ଧି ପାଇଲାଣି। ନିୟମିତ ବ୍ୟବଧାନରେ ବ୍ୟାପକ ପରିମାଣର ମଦ ଜବତ ହେବା ସହ ‌ମଦ ବେପାରୀ ବି ଗିରଫ ହେଉଛନ୍ତି। ତଥାପି ବେପାର କମିବାର ନାଁ ନେଉନି। ଆଜି ସ୍ଥାନୀୟ ଟ୍ରାଫିକ୍‌ ଗେଟ୍‌ ଅଞ୍ଚଳରୁ ପୁଲିସ ଜଣେ ନକଲି ବିଦେଶୀ ମଦ ବେପାରୀକୁ ଅବକାରୀ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ଟ୍ରାଫିକ୍‌ ଗେଟ୍‌ ତାରିଣୀ ମନ୍ଦିର ପଛପଟ ଅଞ୍ଚଳରେ ରହୁଥିବା କୃଷ୍ଣ ଚନ୍ଦ୍ର ପରିଡ଼ା(୩୯)। ଅଭିଯୁକ୍ତଠାରୁ ୭୨ ମଦ ନକଲି ବିଦେଶୀ ମଦ ଜବତ ହୋଇଛି।

ଏହାସହ ନକଲି ବିଦେଶୀ ତିଆରିବେଳେ ବ୍ୟବହୃତ ୮୦୬ଟି ଠିପି, ୨ ଶହଟି ଖାଲି ବୋତଲ ମଧ୍ୟ ଜବତ କରାଯାଇଛି। ଏଦ୍‌ବ୍ୟବତୀତ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଜାମସେରାର ଦେଶୀ ମଦ ବେପାରୀ ମସାନ କଚ୍ଛପଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ପାଖରୁ ୧୨ ଲିଟର ଦେଶୀ ମଦ ଜବତ ହୋଇଛି। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ବିଭାଗୀୟ ଏସ୍‌ଆଇ, ଏଏସ୍‌ଆଇ, ମୋବାଇଲ ସ୍କ୍ବାଡ୍‌ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର