ମୟୂରଭଞ୍ଜରେ ବେଲଗାମ କରୋନା: ୭ ଦିନରେ ଚିହ୍ନଟ ହେଲେଣି ୭୨

ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ୮ କୋଭିଡ୍‌ ଯୋଦ୍ଧା ସାମିଲ

ବାରିପଦା: ମୟୂରଭଞ୍ଜରେ ବେଲଗାମ ହେଉଛି କରୋନା। ଆଜି ଗୋଟିଏ ଦିନରେ କେବଳ ୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ସାତଦିନ ମଧ୍ୟରେ ଜିଲ୍ଲାରେ ୭୨ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମଣକୁ ନେଇ ଜିଲ୍ଲାରେ ଚିନ୍ତା ବଢ଼ାଇଛି। ଲୋକାଲ କଣ୍ଟାକ୍ଟ୍‌ରୁ ୨୩ ଜଣ ସଂକ୍ରମିତ ହୋଇଛନ୍ତି।

ତେବେ ଏମାନଙ୍କ ମଧ୍ୟରୁ ୮ ଜଣ କୋଭିଡ୍‌ ଯୋଦ୍ଧା ରହିଛନ୍ତି । ଯାହାକି ଜିଲ୍ଲାରେ କରୋନା ସହିତ ଲଢ଼େଇରେ ପ୍ରତିବନ୍ଧକ ସାଜିପାରେ। ଆଜିର ୨୮ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୫୩ରେ ପହଞ୍ଚିଛି । ଆଜିର ସଂକ୍ରମିତମାନଙ୍କ ମଧ୍ୟରୁ ବାରିପଦା ପୌରପରିଷଦ, ବଡ଼ସାହି, କପ୍ତିପଦା, ଗୋପବନ୍ଧୁନଗର, ବାରିପଦା ବ୍ଲକ୍‌,  ଶ୍ୟାମାଖୁଣ୍ଟାରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବାବେଳେ ବେତନଟୀ, ଯଶୀପୁରରୁ ୨ଜଣ, ବିଜାତଳା, ଖୁଣ୍ଟା, କୁସୁମୀରୁ ୩ଜଣ ଲେଖାଏଁ, ଶୁକୃଳିରୁ ୪ ଏବଂ କରଞ୍ଜିଆ ବ୍ଲକରୁ ସର୍ବାଧିକ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୪ଜଣ ସଂଗରୋଧ କେନ୍ଦ୍ରରୁ ବାହାରିଥିବାବେଳେ ୧୨ଜଣ ସ୍ଥାନୀୟ ସଂକ୍ରମଣରୁ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଶ୍ୟାମାଖୁଣ୍ଟା ଓ ଖୁଣ୍ଟା  ବ୍ଲକ୍‌ ଅଞ୍ଚଳରୁ ୨ ଜଣ କୋଭିଡ୍‌ ଯୋଦ୍ଧା ରହିଛନ୍ତି ।

ଏଥି ସହିତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଘୋଷଣା ଅନୁସାରେ ଆଜି ମୟୂରଭଞ୍ଜ ଜିଲ୍ଲାରେ ୧୧ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ଜିଲ୍ଲାରେ ସୁସ୍ଥ ସଂଖ୍ୟା  ୧୭୭ ଏବଂ ଆଜିକୁ ମିଶାଇ ଜିଲ୍ଲାରେ ସକ୍ରିୟ ସଂଖ୍ୟା ୭୫ରେ  ପହଞ୍ଚିଥିବା ସମୟରେ ଜଣକର ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର