ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ୭୩ଟି ହାଇସ୍କୁଲର ଉନ୍ନତୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପର୍ଯ୍ୟାୟରେ ଚକାପାଦ ବ୍ଲକର ୭ଟି ହାଇସ୍କୁଲ ସ୍କୁଲ ରୂପାନ୍ତରଣ ହେଉଛି। ଏହି ୭ଟି ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରି, ବାଥ୍ରୁମ୍, ଗେଟ୍ ଓ ରଙ୍ଗ କାର୍ଯ୍ୟ ଶେଷ ହୋଇଥିବା ନେଇ ଚକାପାଦ ବିଡିଓ ଅନୀଲ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆସନ୍ତା ୩ ତାରିଖ ଦିନ ଶଙ୍କରାଖୋଲ ହାଇସ୍କୁଲ ଠାରେ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଜିଲ୍ଲାର ମୋଟ ୭୩ଟି ହାଇସ୍କୁଲକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଶଙ୍କରାଖୋଲ ଠାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ବାଲିଗୁଡ଼ା ବିଧାୟକ ଚକ୍ରମଣି କଅଁର, ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ସମେତ ଜିଲ୍ଲାପାଳ ଡା.ବୃନ୍ଦା ଡି ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ସ୍କୁଲମାନଙ୍କର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେବେ। ସୂଚନାଯୋଗ୍ୟ, ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲାର ୧୦ଟି ହାଇସ୍କୁଲକୁ ରୂପାନ୍ତରଣ କରାଯାଇଥିଲା।
୩ରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ କନ୍ଧମାଳର ୭୩ ସ୍ମାର୍ଟ ସ୍କୁଲ୍
/sambad/media/post_attachments/wp-content/uploads/2022/02/images-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)