ଛତ୍ରପୁର: ପ୍ରାୟ ଏକ ସପ୍ତାହ ହେଲା ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାରରେ ବେଶ୍ ସୁଧାର ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୭୭ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଆସନ୍ତା ଦିନରେ ସଂକ୍ରମଣ ହାର କମିବା ଆଶା ଉଜ୍ୱଳ ହୋଇଛି। ହେଲେ ମହାମାରୀର ଦ୍ୱିତୀଲ ଲହର୍ ଦିନେ ଛଡା ଦିନେ ଜଣେ ଦୁଇଜଣଙ୍କ ମୁଣ୍ଡ ନେଉଛି।
ଆଜି ଆଉ ୨ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ସେମାନେ ଜଣେ ୪୮ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ୪୮ ବର୍ଷୀୟ ମହିଳା ବୋଲି ଜଣାପଡିଛନ୍ତି। ଏହାକୁ ମିଶାଇ ଦ୍ୱିତୀୟ ଲହରରେ ଆଜି ସୁଦ୍ଧା ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଗତବର୍ଷ ମେ’ ମାସ ଠାରୁ ଅଦ୍ୟାବଧି ଜିଲ୍ଲାରେ ମୋଟ ମୃତୁ୍ୟ ସଂଖ୍ୟା ୨୯୬ ରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Coronavirus.jpg)