ବୀରମହାରାଜପୁର: ତମାମ ଭାରତ ବର୍ଷରେ ମଙ୍ଗଳବାର ୭୭ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମଠାରେ  ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ତଥା ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ  ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥି ସହିତ ସେ ଜନତାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ।

Advertisment

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପଖଣ୍ଡ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆ, ସହକାରୀ ଜିଲ୍ଲାପାଳ ଅଜିତ୍ କୁମାର ମିର୍ଦ୍ଧା, ଥାନା ଅଧିକାରୀ ରାଜେଶ୍ବରୀ ଭୋଇ, ବୀରମହାରାଜପୁର ମହାବିଦ୍ୟାଳୟ ଏନସିସି ବିଭାଗର ଅଧ୍ୟାପକ କ୍ୟାପଟେନ ସୂର୍ଯ୍ୟ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ବିଭିନ୍ନ ସ୍କୁଲ ଓ କଲେଜରରୁ ୩୩ଟି କ୍ୟାଡର ପରେଡ୍‌ରେ ଅଂଶଗ୍ରହଣ କରିଥିଲେ। ଏହା ସହିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଦେଶାତ୍ମବୋଧକ ଗୀତ ଓ ନାଚର ଆସର ଅନୁଷ୍ଠିତ ହୋଇଥିଲା।

publive-image

ବୀରମହାରାଜପୁର ମହାବିଦ୍ୟାଳୟଳର ଅବସରପ୍ରାପ୍ତ କ୍ରୀଡା ଅଧ୍ୟାପକ ନରେନ୍ଦ୍ର ଚାନ୍ଦ ପରେଡ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଲକ୍ଷ୍ମୀ ନାରାୟଣ ସାହୁ। ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ର ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆସିସ ପ୍ରିୟଦର୍ଶୀ ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ। ବହୁ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ସରକାରୀ-ବେସରକାରୀ ଓ ସାଧାରଣ ଜନତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏତଦ୍‌ ବ୍ୟତୀତ ବୀରମହାରାଜପୁର ବ୍ଳକରେ ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା, ତହସିଲ କାର୍ଯ୍ୟାଳୟରେ ତହସିଲଦାର ବିବୁଧ ଗଣନାୟକ, ବୀରମହାରାଜପୁରର ମହାବିଦ୍ୟାଳୟରେ ପରିଚାଳନା କମିଟିର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ, ଓକିଲ ସଂଘ କାର୍ଯ୍ୟାଳୟରେ ସଭାପତି ରାଧାକାନ୍ତ ମହାକୁଡ଼, ଉପଖଣ୍ଡ ସାମ୍ବାଦିକ କାର୍ଯ୍ୟାଳୟରେ ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର, ବୀରମହାରାଜପୁରର ବାଳକ ହାଇସ୍କୁଲରେ ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା ଜାତୀୟ ପତାକା ଉତ୍ତୋଳନ କରିଥିଲେ।