ସୁନ୍ଦରଗଡ଼ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା, ହେମଗିର ଓ ଲହୁଣିପଡ଼ା ବ୍ଲକରେ ପ୍ରତିଶତ ମତଦାନ ହୋଇଛି। ୧୯୪୭୬୯ ମତଦାତାଙ୍କ ମଧ୍ୟରୁ ୧୫୨୨୧୬ ଜଣ ମତଦାନ କରିଛନ୍ତି। ଲେଫ୍ରିପଡ଼ା ବ୍ଲକର ୧୭ଟି ପଞ୍ଚାୟତରେ ୨୧୨ ମତଦାନ କେନ୍ଦ୍ରରେ ୭୬.୯୮ ପ୍ରତିଶତ ମତଦାନ ହୋଇଛି। ଏଠାରେ ୬୧୧୫୮ ମତଦାତାଙ୍କ ମଧ୍ୟରୁ ୪୭୦୮୦ ଜଣ ମତଦାନ କରିଛନ୍ତି । ବ୍ଲକରେ ୨ଟି ଜିଲ୍ଲା ପରିଷଦ ଆସନ ପାଇଁ ଲଢ଼ୁଥିବା ୭ ପ୍ରାର୍ଥୀଙ୍କ ସହ ୧୮୧ ୱାର୍ଡସଭ୍ୟ, ୭୭ ସରପଞ୍ଚ, ୭୨ ସମିତିସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟବାକ୍ସରେ ବନ୍ଦ ହୋଇଯାଇଛି। ସେହିପରି ହେମଗିର ବ୍ଲକର ୧୯ଟି ପଞ୍ଚାୟତର ୨୩୩ ମତଦାନ କେନ୍ଦ୍ରରେ ୭୬.୪୪ ପ୍ରତିଶତ ମତଦାନ ହୋଇଛି। ଏଠାରେ ୬୫୫୮୬ ମତଦାତାଙ୍କ ମଧ୍ୟରୁ ୫୦୧୩୨ ଜଣ ମତଦାନ କରିଛନ୍ତି। ବ୍ଲକରେ ୨ଟି ଜିଲ୍ଲା ପରିଷଦ ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ୯ ଜଣ ପ୍ରାର୍ଥୀ, ୧୧୮ ୱାର୍ଡସଭ୍ୟ, ୮୩ ସରପଞ୍ଚ ଓ ୭୫ ସମିତିସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମତଦାତା। ଲହୁଣିପଡ଼ା ବ୍ଲକର ୧୭ଟି ପଞ୍ଚାୟତର ୨୨୯ ମତଦାନ କେନ୍ଦ୍ରରେ ୮୦.୮୬ ପ୍ରତିଶତ ମତଦାନ ହୋଇଛି। ଏଠାରେ ୬୮୦୨୫ ମତଦାତାଙ୍କ ମଧ୍ୟରୁ ୫୫୦୦୪ ଜଣ ମତ ସାବ୍ୟସ୍ତ କରିଛନ୍ତି। ବ୍ଲକରେ ୨ ଜିଲ୍ଲା ପରିଷଦ ଆସନ ପାଇଁ ଲଢ଼ୁଥିବା ୧୩ ପ୍ରାର୍ଥୀଙ୍କ ସହ ୨୩୦ ୱାର୍ଡସଭ୍ୟ, ୭୩ ସରପଞ୍ଚ, ୭୦ ସମିତିସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ହୋଇଯାଇଛି।
ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ, ସୁନ୍ଦରଗଡ଼ ଜିଲ୍ଲାରେ ୭୮.୦୯ ପ୍ରତିଶତ ମତଦାନ
/sambad/media/post_attachments/wp-content/uploads/2022/02/WhatsApp-Image-2022-02-22-at-22.18.49.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)