ତୃତୀୟ ଲହରରେ ୭ ସଂକ୍ରମିତଙ୍କ ମୃତ୍ୟୁ, ୩ ଦିନରେ ୩ ମୃତକଙ୍କ ଶବ ସତ୍କାର

ସୁନ୍ଦରଗଡ଼: ତିନି ଦିନରେ ୩ କୋଭିଡ୍ ସଂକ୍ରମିତଙ୍କ ଶବ ସତ୍କାର କଲେଣି ଟିମ୍ ଶ୍ମଶାନବନ୍ଧୁ। ତୃତୀୟ ଲହରରେ ଏନଟିପିସି କୋଭିଡ୍ କେନ୍ଦ୍ରରୁ ୭ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ଗତ ଜାନୁଆରି ୨୬ରେ ସହର ଜଣକର କୋଭିଡ ସଂକ୍ରମଣରେ ମୃତ୍ୟୁ ହୋଇଥିଲା। ଏହା ପରେ ୨୭ରେ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ନୂଆଡିହିର ୭୦ ବର୍ଷିୟ ବେଣୁଧର ଚୌଧୁରୀ ଓ ୨୮ରେ କିଞ୍ଜିରକେଲା ଥାନା ଅନ୍ତର୍ଗତ କର୍ଲାଖମନର ୫୫ ବର୍ଷିୟ ଲକ୍ଷ୍ମଣ ମାଝିଙ୍କ କୋଭିଡ୍ ସଂକ୍ରମଣରେ ଏନଟିପିସି ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଯାଇଛି। ତେବେ ପ୍ରଥମ ଓ ଦ୍ବିତୀୟ ଲହରରେ ନିଶୁଳ୍କ ଶବ ସତ୍କାର କରି ଆସୁଥିବା ଟିମ ଶ୍ମଶାନ ବନ୍ଧୁ ସଦସ୍ୟ ସିଦ୍ଧାନ୍ତ କୁମାର ପଣ୍ଡାଙ୍କ ସହିତ ଶିଶିର କୁମାର ବେହେରା, ମନୋଜ କୁମାର ତ୍ରିପାଠୀ, କମଲେଶ ନଥାନୀ, ଚିଣ୍ଟୁ ରକ୍ସା ଓ ଦେବେନ ସାହୁ ନିଜ ସେବା ଜାରି ରଖି ଏହିମାନଙ୍କ ଶବ ସତ୍କାର କରିଥିଲେ।

ସମ୍ବନ୍ଧିତ ଖବର