ମୁମ୍ବାଇକୁ ଚାଲାଣ ହେଉଥିବା ୭ନାବାଳିକା ସମ୍ବଲପୁର ରେଳଷ୍ଟସନ୍‌ରୁ ଉଦ୍ଧାର

ସମ୍ବଲପୁର : ଅନୁଗୁଳ ଜିଲ୍ଲାରୁ ମୁମ୍ବାଇକୁ ଚାଲାଣ କରାଯାଉଥିବା ନାବାଳିକାଙ୍କୁ ମଙ୍ଗଳବାର ସମ୍ବଲପୁର ରେଳଷ୍ଟେସନ୍‌ରୁ ଚାଇଲ୍ଡ ହେଲପ୍‌ ଲାଇନ୍‌ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ୭ନାବାଳିକାଙ୍କ ବୟସ ୧୪ରୁ ୧୭ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ଏକ ଦମ୍ପତ୍ତି ୭ଜଣ ନାବାଳିକାଙ୍କୁ ଆଜି ଲୋକମାନ୍ୟତିଲକ୍‌ ଟ୍ରେନ୍‌ର ପ୍ରଥମ ବଗିରେ ବସାଇ  ମୁମ୍ବାଇକୁ ଚାଲାଣ କରୁଥିଲେ। ଏହି ନାବାଳିକାଙ୍କ ମଧ୍ୟରୁ ଜଣେ ଟ୍ରେନ୍‌ରେ ବସି କାନ୍ଦୁ ଥିଲା। ନାବାଳିକାକୁ ବହୁସମୟ ଧରି କାନ୍ଦୁଥିବା ଦେଖି ସେଠାରେ ଥିବା ସହଯାତ୍ରୀଙ୍କ ସନ୍ଦେହ ହୋଇଥିଲା। ସେମାନେ ସମ୍ବଲପୁର ଚାଇଲ୍ଡ ହେଲପ୍‌ ଲାଇନ୍‌କୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ସମ୍ବଲପୁର ଷ୍ଟେସନ୍‌ରେ ଟ୍ରେନ୍‌ ପହଞ୍ଚିବା ପରେ ସେମାନେ ଟ୍ରେନ୍‌ ଭିତରେ ଖୋଜାଖୋଜି କରି ଏହି ନାବାଳିକାଙ୍କ ପାଖରେ ଆସି ପହଞ୍ଚିଥିଲେ ଏବଂ ୭ଜଣ ନାବାଳିକାଙ୍କ ଉଦ୍ଧାର କରିବା ସହ ଦମ୍ପତ୍ତିକୁ ଟ୍ରେନ୍‌ ଭିତରୁ ନେଇ ଜିଆର୍‌ପି ପୁଲିସ ହାତରେ ଧରାଇଥିଲେ। ଜିଆର୍‌ପି ପୁଲିସ ଉକ୍ତ ଦମ୍ପତ୍ତିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ସମ୍ବନ୍ଧିତ ଖବର