ବାଲେଶ୍ୱର: ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ନାବାଳିକାକୁ ଡାକି ନେଇ ଦୁଷ୍କର୍ମ

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ବିବାହ ଉତ୍ସବକୁ ଯାଇଥିବା ସମୟରେ ଜଣେ ୭ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ରବିବାର ଅଭିଯୋଗ ହୋଇଛି। ଦୁଷ୍କର୍ମକାରୀ ସୋର ଥାନା ପୁରୁଷୋତ୍ତମପୁର ଗ୍ରାମର ମନୀନ୍ଦ୍ର ମଲ୍ଲିକ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗ୍ରାମରେ ବିବାହ ଚାଲିଥିବା ସମୟରେ ଲୋକମାନେ ନିଜନିଜ କାମରେ ବ୍ୟସ୍ତ ଥିଲେ। ଏହାର ସୁଯୋଗ ନେଇ ଦୁଷ୍କର୍ମକାରୀ ମନୀନ୍ଦ୍ର ମଲ୍ଲିକ ୭ବର୍ଷର ନାବାଳିକାକୁ ଏକ ଏଲଆଇ ପଏଣ୍ଟକୁ ଡାକି ନେଇ ଦୁଷ୍କର୍ମ କରିଥିଲା। ପୀଡିତା ଘରକୁ ଫେରି ଏହି ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ ଦୁଷ୍କର୍ମକାରୀ ମନୀନ୍ଦ୍ରକୁ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ, ଦୁଷ୍କର୍ମ ମାମଲାକୁ ନେଇ ଆଇନ ଯେତେ କଡ଼ା ହେଉଛି ମାମଲା ଥମିବା ବଦଳରେ ବଢ଼ି ବଢ଼ି ଚାଲିଥିବାର ଦେଖିବାକୁ ମିଳୁଛି। ଗତ ଗୁରୁବାର ଦିନ କେଣାର୍କ ନୟାହାଟ ଫାଣ୍ଡି ଅଞ୍ଚଳର ଯୋଗେଶ୍ୱରପୁରରେ ଜଣେ ୯ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଶୁଣିବାକୁ ମିଳିଥିଲା। ସେହିପରି ଗତ ଶନିବାର ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ନିକିରେଇ ଥାନା ଅଞ୍ଚଳରେ ଜଣେ ଟ୍ୟୁସନ୍‌ ସାରା ଦ୍ୱାରା ୭ବର୍ଷର ଛାତ୍ରୀ ଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।

 

ସମ୍ବନ୍ଧିତ ଖବର