ନୂଆପଡ଼ା: ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୋଗାଣ ଅଧିକାରୀ ଅଶୋକ ଦାସ ୨୦୧୬-୧୭ ଖରିଫ ଧାନ ସଂଗ୍ରହ ବାବଦରେ ଏବଂ ଚଳିତ ବର୍ଷ ମଣ୍ଡି ପାଇଁ ଥିବା ଆବଶ୍ୟକ ପଦକ୍ଷେପ ଉପରେ ବିରବରଣୀ ଦେଇଥିଲେ। ନଭେମ୍ବର ୨୧ ତାରିଖରେ ଜିଲ୍ଲାରେ ମଣ୍ଡି ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଡା. ଟୁଡୁ ପ୍ରକାଶ କରିଥିଲେ। ବର୍ତମାନ ଜିଲ୍ଲାରେ ୧୮୬୪୨ ଜଣ ଚାଷୀ ପଞ୍ଜୀକୃତ ହୋଇ ସାରିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି। ଜିଲ୍ଲାରେ ମଣ୍ଡି ପାଇଁ ୨୩ ଗୋଟି ଧାନମିଲ୍ ଭାଗ ନେବେ। ୨୬ ଗୋଟି ପେକ୍ସ ଦ୍ୱାରା ଜିଲ୍ଲାର ୬୧ ଗୋଟି ମଣ୍ଡି ଜରିଆରେ ଧାନ କ୍ରୟ କରାଯିବ। ସପ୍ତାହର ୫ଦିନ ମଣ୍ଡି ଖୋଲାଯିବା ବ୍ୟବସ୍ଥା ରହିଛି। ଜିଲ୍ଲାର ୬୧ ଗୋଟି ମଣ୍ଡିରୁ ୮ଲକ୍ଷ ୮୮ହଜାର କୁଇଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ଓଏସ୍ସିଏସ୍ ଦ୍ୱାରା ୬ଲକ୍ଷ୬୧ ହଜାର କୁଇଣ୍ଟାଲ, ମାର୍କଫେଡ ଦ୍ୱାରା ୫୮ହଜାର କୁଇଣ୍ଟାଲ, ଏବଂ ଟିଡିସିସି ୨୨ହଜାର ୫୮୦ କୁଇଣ୍ଟାଲ ଧାନ କିଣିବାକୁ ଧାଯ୍ୟର୍ କରାଯାଇଛି।
ଏକର ପ୍ରତି ଜଳସେଚିତ ଜମିର ୧୩.୭୭ କୁଇଣ୍ଟାଲ ଏବଂ ଅଣଜଳସେଚିତ ଜମିର ୧୨ କୁଇଣ୍ଟାଲ ଧାନ ଅମଳ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଥିଲା। ଜିଲ୍ଲାର ଅନଲାଇନ ପି ପାସ ବ୍ୟବସ୍ଥା ମାଧ୍ୟମରେ ଚାଷୀ ପଂଜୀକୃତ ହୋଇ ତାର ଧାନ ବିକ୍ରି କରି ତାର ପ୍ରାପ୍ୟ ୧ ଦିନରୁ ୩ ଦିନ ମଧ୍ୟରେ ପାଇ ପାରିବ ବୋଲି ସୂଚନା ଦିଆ ଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଲାହଣ୍ଡି ଲୋକସଭା ସାସଂଦ ଅର୍କକେଶରୀ ଦେଓ, ରାଜ୍ୟସଭା ସାସଂଦ ପ୍ରତିନିଧି ସୁରେଶ ଆଚାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ନୂଆପଡ଼ା ବିଧାୟକ ପ୍ରତିନିଧି ଖାମସିଂ ମାଝୀ, ଏସପି ସ୍ମିତ ପି ପରମାର, ଉପଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଡିଡିଏ ଉମେଶ ଚନ୍ଦ୍ର ଦାସ, ଆରଏମସି ସଂପାଦକ ପ୍ରଫୁଲ୍ଲ ମହାନନ୍ଦ, ଏଆରସିଏସ ଲିଙ୍ଗରାଜ ନାୟକ ତଥା ଜିଲ୍ଲାର ପ୍ରତ୍ୟକ ବ୍ଲକ୍ର ଚାଷୀ, ମିଲର୍ସ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/nuapda.jpg)