ମାନସିକ ଅନଗ୍ରସର ମହିଳାଙ୍କୁ ଗଣଦୁଷ୍କର୍ମ, ୮ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼: ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଗଣଦୁଷ୍କର୍ମ ମାମଲାରେ ପୁଲିସ ୮ ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କର ବୟସ ୧୮ରୁ ୩୫ ବର୍ଷ ବୟସ ମଧ୍ୟରେ ହେବ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ପୀଡିତା ଜଣକ ୩ ଜଣ ଅଭିଯୁକ୍ତ ଓ ସେମାନଙ୍କର ସାଙ୍ଗ ମାନଙ୍କ ଦ୍ୱାରା ଦୀର୍ଘ ୧ ବର୍ଷ ଯାଏଁ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ମହିଳା ଜଣକ ଏବେ ୫ ମାସର ଗର୍ଭବତୀ ଅଛନ୍ତି। ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଡେପୁଡି ଏସ୍‌ପି ଗୁରୁବାରୀ ହେମ୍ବ୍ରମ୍‌ଙ୍କ ନେତୃତ୍ୱରେ ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସ ଟିମ୍‌ରେ ହୃଷିକେଶ ବେହେରା, ପ୍ରଶାନ୍ତ କୁମାର ସେନାପତି, ଟି. ନାଗେଶ୍ୱର ରାଓ ଥିଲେ।

ସମ୍ବନ୍ଧିତ ଖବର