୮ ମାଙ୍ଗାନିଜ ଚୋର ଗିରଫ, ୨ ଟ୍ରକ-ବାଇକ-ବୋଲେରୋ ସମେତ ଲକ୍ଷେ ଟଙ୍କା ଜବତ

କେନ୍ଦୁଝର: ରୁଗୁଡ଼ି ଥାନା ପୁଲିସ ୮ ଜଣ ମାଙ୍ଗାନିଜ ଚୋରଙ୍କୁ ଗିରଫ କରିଥିବା ମଙ୍ଗଳବାର ଜଣାପଡ଼ିଛି। ମାଙ୍ଗାନିଜ ଚୋରୀ ସଂପକିର୍ତ ପୂର୍ବରୁ ତଥ୍ୟ ମିଳିଥିବାରୁ ଚୋରମାନଙ୍କୁ ପାନେ ଦେବା ପାଇଁ ପୁଲିସ ଯୋଜନା କରୁଥିଲା। ପୁଲିସ ଯୋଜନା ମୁତାବକ ମାଙ୍ଗାନିଜ ଚୋରା ଚାଲାଣ ହେଉଥିବା ବେଳେ କାଟାସାହିରୁ ୮ ଜଣ ମାଙ୍ଗାନିଜ ଚୋରଙ୍କୁ ଗିରଫ କରିଛି। ଚୋରମାନେ ୨ଟି ଟ୍ରକରେ ମାଙ୍ଗାନିଜ ଭର୍ତ୍ତି କରି ଚାଲାଣ କରୁଥିଲେ। ପୁଲିସ ଏକ ବୋଲେରୋ ଓ ଏକ ବାଇକ ସମେତ ଲକ୍ଷେ ଟଙ୍କା ମଧ୍ୟ ଜବତ କରିଛି।

ସୂଚନାଯୋଗ୍ୟ ଖଣିଜ ସଂପତ୍ତି ପୂର୍ଣ୍ଣ କେନ୍ଦୁଝର ଜିଲ୍ଲାରେ ଅନେକ ସ୍ଥାନରୁ ମାଙ୍ଗାନିଜ ଓ ଲୁହାପଥର ଚୋରୀ ହେଉଛି। ଅନେକ କ୍ଷେତ୍ରରେ ତାହା ଜଣାପଡୁ ନାହିଁ। ରୁଗୁଡ଼ି ଥାନା ଅଞ୍ଚଳରୁ ମଧ୍ୟ ହଜାର ହଜାର ଟନ୍‌ ମାଙ୍ଗାନିଜ ଚୋରୀ ହେଉଛି। ଏଥିରୁ ଅନେକ ଘଟଣା ପୁଲିସର ନଜରକୁ ଆସିପାରୁ ନାହିଁ। ମାଙ୍ଗାନିଜ ମାଫିଆମାନେ ଏଭଳି ଚୋରୀ କଟି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଚୋରମାନଙ୍କର ଏଭଳି କାମ ଯୋଗୁଁ ସରକାରଙ୍କ ରାଜସ୍ୱ ହାନୀ ହେଉଛି।

ସମ୍ବନ୍ଧିତ ଖବର