ଯୋଡା: ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଯୋଡ଼ା ସହର ଆଖପାଖ ଜଙ୍ଗଲ ଅଞ୍ଚଳରେ ଏବେ  ୮ ଟିକିଆ ହାତୀପଲ ବିଚରଣ କରୁଛନ୍ତି। ଯୋଡ଼ାର ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଏହି ହାତୀ ପଲ ବିଚରଣ କରୁଛନ୍ତି। ଓଡ଼ିଶା ଅଣଗେଜେଟେଡ ବନ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିବାରୁ ଚମ୍ପୁଆ ରେଞ୍ଜ ଅଧିକାରୀ, ହାତୀ ସ୍କ୍ୱାଡ଼୍ ସହିତ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

Advertisment

ହାତୀପଲ ରେଳପଥ ଅତିକ୍ରମ କରୁଥିବାରୁ ବାଂଶପାଣି, ଜୁରୁଡ଼ି, ଦେଓଝର, ରେଳ ଷ୍ଟେସନ ସହିତ ସମନ୍ୱୟ ରକ୍ଷା କରାଯାଇ ହାତୀ ଅତିକ୍ରମ କରୁଥିବା ଅଞ୍ଚଳ ଗୁଡ଼ିକରେ ରେଳଗାଡ଼ିର ଗତିକୁ ମନ୍ଥର କରିବାକୁ କୁହାଯାଇଛି। ସେହିପରି ନିକଟବର୍ତ୍ତୀ ଗ୍ରାମାଞ୍ଚଳ ତଥା ଜଙ୍ଗଲ ମଧ୍ୟଦେଇ ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ କରେଣ୍ଟ ଦ୍ଵାରା ହାତୀଙ୍କର ଯେପରି କୌଣସି କ୍ଷତି ନ ହେବ ସେଥିପ୍ରତି ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି।