ଚାନ୍ଦବାଲି: ଅଗ୍ନିକାଣ୍ଡରେ ୮ ବଖରା ଜଳିଗଲା

ଚାନ୍ଦବାଲି: ଗତକାଲି ରାତିରେ ଚାନ୍ଦବାଲି ଥାନା ଅନ୍ତର୍ଗତ ଗୌଡ଼ୁଣିପୋଖରି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତ୍ରୀରେ ଗ୍ରାମର ମୂଷା ରାଉତଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁ ଚାହୁଁ ନିଅାଁ ସମଗ୍ର ଘରକୁ ବ୍ୟାପି ଯାଇଥିଲା। ସ୍ଥାନୀୟ ଲେକେ ଓ ଦମକଳ ବାହିନୀ ନିଆଁକୁ ଆୟତ କଲାବେଳକୁ ଶ୍ରୀ ରାଉତଙ୍କ ୮ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର