ଇସ୍ପାତ ଏକ୍ସପ୍ରେସରୁ ୮ଜଣ ନାବାଳକ ଉଦ୍ଧାର

ସୁନ୍ଦରଗଡ଼:  ଆଜି ଦିନ ଗୋଟାଏ ସମୟରେ ସିଭିଲ ଡ଼ିଫେନ୍ସ କମ୍ପାନି କମାଣ୍ଡର ଶୁଭେନ୍ଦୁ ପଣ୍ଡାଙ୍କର ନେତୃତ୍ୱରେ ରାଉରକେଲା ରେଲୱେ ଷ୍ଟେସନରେ ଟ୍ରେନ ନମ୍ବର ୦୨୫୧୭ ଇସ୍ପାତ ଏକ୍ସପ୍ରେସରୁ ୮ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା।

ଉଦ୍ଧାର ହୋଇଥିବା ନାବାଳକଙ୍କୁ ପଚାରାଯିବାରୁ କିଛି ସଠିକ ଉତ୍ତର ମିଳି ନଥିବାରୁ ନାବାଳକମାନଙ୍କୁ ରେଲୱେ ପୁଲିସ ଓ ଚାଇଲଡ଼ ଲାଇନ କର୍ମଚାରୀଙ୍କୁ ଡକାଯାଇ ହସ୍ତାନ୍ତର କରାଯାଇଥିଲା। ଏମାନଙ୍କ ବୟସ ୧୭ ବର୍ଷରୁ କମ ଥିବା ଜଣାପଡିଛି। ଉଦ୍ଧାର ନାବାଳକ ସବୁ ମୁଶିର୍ଦବାଦ ଜିଲ୍ଲାର | ସବୁ ନାବାଳକ କାମ କରିବା ପାଇଁ ଦେଓଗଡ  ଜିଲ୍ଲାକୁ ଯାଉଥିଲେ। ଏଥିରେ ସିଭିଲ ଡିଫେନ୍ସର ଅଜିତ ପ୍ରସାଦ ଓ ପରୀକ୍ଷିତ ବେହେରା ସହଯୋଗ କରିଥିଲେ। ଅରପିଏଫର ଧନଞ୍ଜୟ କର,ଏସ. ରାଉଳ,ରୀନା କୁମାରୀ, ମଧ୍ୟ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର