ରାଉରକେଲା ଷ୍ଟେସନରୁ ୮ ନାବାଳକ ଉଦ୍ଧାର

ରାଉରକେଲା: ରାଉରକେଲା ଷ୍ଟେସନରୁ ଜଣେ ସାବାଳକ ସମେତ ଆଠ ନାବାଳକକୁ ଉଦ୍ଧାର କରିଛି ରେଳବାଇ ପୁଲିସ l ଜଣେ ଦଲାଲ ଏମାନଙ୍କୁ ବିହାରର ଜେସିଡିରୁ ରାଉରକେଲା ସେକ୍ଟର ୧୫ ନେଉଥିଲା । କାହିଁକି ଓ କଣ ପାଇଁ ଏମାନଙ୍କୁ ନିଆଯାଉଥିଲା ସ୍ପଷ୍ଟ ହୋଇନି l ସମସ୍ତଙ୍କୁ ବିଶ୍ରା ଆସିୟାନା ସ୍ଥିତ ଚାଇଲଡ ଲାଇନ ଦିଶାରେ ରଖାଯାଇଛି l ଦଲାଲକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଥିବା ଜଣା ପଡିଛି l ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ରାଜେନ୍ଦ୍ରନଗର-ଦୁର୍ଗ ଏକ୍ସପ୍ରେସ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା l ଜେନେରାଲ କୋଚରୁ ଆଠ ନାବାଳକ ଓହ୍ଲାଇବା ପରେ ସମସ୍ତଙ୍କୁ ପ୍ଲାଟଫର୍ମରେ କୋଭିଡ ଟେଷ୍ଟ କରାଯାଇଥିଲା l କେଉଁଠିକି ଯାଉଛ ବୋଲି ଯାଞ୍ଚ ଦାୟିତ୍ୱରେ ଥିବା ଶୁଭେନ୍ଦୁ ପଣ୍ଡା ଓ ଅଜିତ ପାତ୍ର ପଚାରି ଥିଲେ l କିନ୍ତୁ ସେମାନେ କିଛି କହି ନ ପାରିବାରୁ ସନ୍ଦେହ ହୋଇଥିଲା l ଏ ସଂକ୍ରାନ୍ତରେ ରେଳବାଇ ପୁଲିସକୁ ଜଣାଇ ଥିଲେ l ପୁଲିସ ସେମାନଂକୁ ଧରି ଚାଇଲଡ ଲାଇନକୁ ହସ୍ତାନ୍ତର କରିଥିଲା ।

ସମ୍ବନ୍ଧିତ ଖବର