ଆନନ୍ଦପୁର: ଆନନ୍ଦପୁର ପୌରାଞ୍ଚଳ ୧୩ନମ୍ବର ବ୍ଲକ୍‌ର ସାଉଁଟି ସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ବାପା-ବଡବାପା କଳିରେ ୮ମାସର ଶିଶୁ କନ୍ୟା ବଳି ପଡ଼ିଯିବା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment

publive-image

ସୂଚନାଯୋଗ୍ୟ, ପୌରାଞ୍ଚଳ ସାଉଁଟିସାହିରେ ସନାତନ ଦେହୁରୀ ଓ ତାଙ୍କ ବଡ଼ଭାଇ ରଞ୍ଜନ ଦେହୁରୀ ବସବାସ କରନ୍ତି। ଆଜି ଏକ ସ୍କୁଟିକୁ ନେଇ ଦୁହିଁଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଦୁଇ ଭାଇ ମାଡଗୋଳ ଲାଗୁଥିବା ବେଳେ ସନାତନ ଦେହୁରୀଙ୍କ ସ୍ତ୍ରୀ ଝୁମୁରି କୋଳରେ ୮ମାସର ଶିଶୁ କନ୍ୟା ନମିକିକୁ ଧରି ସ୍ୱାମୀକୁ ଅଟାକାଇବାକୁ ଚେଷ୍ଟା କରୁଥିଲେ। ସନାତନ ରାଗରେ ରଞ୍ଜନଙ୍କୁ ବାଡେଇକୁ ଯାଉଥିବା ସମୟରେ ଶିଶୁର ମୁଣ୍ଡରେ ଠେଙ୍ଗା ବାଜି ଯାଇଥିଲା।

publive-image

ଗୁରୁତର ଅବସ୍ଥାରେ ଶିଶୁକୁ ସଙ୍ଗେସଙ୍ଗେ ଆନନ୍ଦପୁର ହସ୍‌ପିଟାଲ ନିଆ ଯାଇଥିଲେ ହେଁ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକ ନେଉଥିବା ସମୟରେ ଟାଙ୍ଗୀ ଟୋଲ ଗେଟ ନିକଟରେ ଶିଶୁର ପ୍ରାଣବାୟୁ ଉଡି ଯାଇଥିଲା। ଶିଶୁର ଏଭଳି ମୃତ୍ୟୁ ପରିବାରରେ ଶୋକରଛାୟା ଖେଳାଇ ଦେଇଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ଘଷିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ବେଳେ ମୃତଶିଶୁର ପିତା ସନାତନ ଫେରାର ରହିଛନ୍ତି।