ମାଲକାନଗିରି: ମହାନ ସ୍ବାଧୀନତା ସଂଗ୍ରାମୀ ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ବିଭିନ୍ନ ଜିଲ୍ଲାର ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ଚଳିତ ମାସ ୧୫ ତାରିଖରୁ ଏକ ସପ୍ତାହ ଧରି  ଜନଜାତୀୟ ‌ଗୌରବ ଦିବସ ପାଳନ କରିବା ନେଇ ଆଦିବାସୀ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତରଫରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରର ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାର ଜାତୀୟସ୍ତରର କବାଡି ଖେଳାଳି ଅର୍ଜୁନ ନାୟକ, ଏଥଲେଟିକ ଚମ୍ପିୟାନ ସହଦେବ ନାୟକ, ଦେଶିଆ ନାଟଗୁରୁ, ଲେଖକ ତଥା କବି ଅନାଦି କଡା, ଜାତୀୟସ୍ତରର ଜୁଡୋ ଚାମ୍ପିୟନ ଲକ୍ଷ୍ମୀ ସୋଡି, ମାର୍ଶାଲ ଆର୍ଟରେ ନିଜକୁ ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିଥିବା ଆଦିବାସୀ ଯୁବତୀ ଜୟନ୍ତୀ ବୁରୁଦା, ଜାତୀୟସ୍ତରର ବାଲୁକା ଶିଳ୍ପୀ ମୁକ୍କା କାବାସି, ଜାତୀୟସ୍ତରର ଭଲିବଲ ଖେଳାଳୀ ଶିରସା କାରାମୀ ରହିଛନ୍ତି। ଏମାନଙ୍କୁ ଉପଢୌକନ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି ପ୍ରତିଭାମାନେ ସମ୍ମାନୀତ ହୋଇଥିବାରୁ ଜିଲ୍ଲାବାସୀ ଗୌରବାନ୍ବିତ ହୋଇଥିବା କୁହାଯାଇଛି।

Advertisment

publive-image