ମାଲକାନଗିରି: ମାଲକାନଗିରି ପୁଣି ସକ୍ରିୟ ହୋଇପଡିଛନ୍ତି ଦଲାଲ । ନାବାଳିକା ଓ ନାବାଳକ ଶ୍ରମିକମାନଙ୍କୁ ଟାର୍ଗେଟ କରି ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଥିବାର ବହୁ ନଜିର ରହିଛି। କମ୍ ଟଂକାରେ ବହୁତ କାମ ହେଉଥିବାରୁ ଗାଁ ଗାଁ ବୁଲି ଦଲାଲ ନାବାଳିକା ଓ ନାବାଳକମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଏଭଳି ଏକ ଘଟଣାକ୍ରମରେ ଆଜି ବିଶେଷ ସୂତ୍ରରୁ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଖବର ମିଳିଥିଲା ଯେ ୮ ନାବାଳିକା ଅନ୍ୟ ରାଜ୍ୟକୁ କାମ କରିବାକୁ ଚାଲାଣ କରାଯାଉଛି। ତୁରନ୍ତ ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ନେତୃତ୍ବରେ ଏକ ଟିମ ଏମଭି-୪୩ ଗ୍ରାମ ନିକଟରେ ଏହି ନାବାଳିକା ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ।
ତେବେ ଏମାନଙ୍କୁ ନେଇ ଯାଉଥିବା ଦଲାଲ ଫେରାର ହୋଇଯାଇଥିଲା। ସମସ୍ତ ନାବାଳିକା ଶ୍ରମିକମାନଙ୍କୁ ଶିଶୁ ସୁରକ୍ଷା ଅଧଇକାରୀ ସିଡବ୍ଲୁସି ନିକଟରେ ହାଜର କରାଇଥିଲେ। ଏଥିସହ ଏହି ନାବାଳିକାମାନଙ୍କ ପରିବାରକୁ ଖବର ଦେଇ ଏମାନଙ୍କୁ କିପରି ଥଇଥାନ କରାଯିବ ସେନେଇ ଆଲୋଚନା ହୋଇଥିଲେ। ଯେଉଁ ନାବାଳିକାମାନେ ଅଧାରୁ ପାଠ ଛାଡିଛନ୍ତି। ସେମାନଙ୍କୁ ପୁଣି ସ୍କୁଲରେ ନାମ ଲେଖାଯିବା ସହ ସରକାରୀ ସୁବିଧା ପ୍ରଦାନ କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ତେବେ ଏମାନଙ୍କୁ ନେଇ ଯାଉଥିବା ଦଲାଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।