ୟୁକ୍ରେନରେ ବନ୍ଧବାହାଲର ୮ ପିଲା, ଚିନ୍ତାରେ ଅଭିଭାବକ

ଇବଥର୍ମାଲ : ୟୁକ୍ରେନରେ ରୁଷିଆର ଜୋରଦାର ଆକ୍ରମଣ ପରେ ସେଠାରେ ଥିବା ଓଡ଼ିଆ ପିଲାଙ୍କୁ ନେଇ ଚିନ୍ତାରେ ଅଛନ୍ତି ଅଭିଭାବକ। ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଅଞ୍ଚଳର ୮ ପିଲା ଏବେ ୟୁକ୍ରେନ୍ରେ ଫସିଥିବାରୁ ଅବିଭାବକ ଚିନ୍ତିତ। ଏହି ୮ ଜଣ ପିଲା ୟୁକ୍ରେନସ୍ଥିତ ଭି ଏନ୍ କାରାଜିନ୍ ୟୁନିଭର୍ସିଟିରେ ମେଡିକାଲ ପାଠ ପଢ଼ୁଛନ୍ତି। ସେମାନେ ହେଲେ ସ୍ମୃତିଶିକ୍ତା ବେହେରା, ସୁଶ୍ରୀ ସ୍ବାଗତିକା ନାଏକ, ଭାବନା ସଂହଦେଓ, ଅକ୍ଷୟ ସିଂହଦେଓ, ସୋନାଲି ତ୍ରିପାଠୀ, ରଂଜିତା ପ୍ରଧାନ, ଦେବୀ ପ୍ରସାଦ ସାହୁ ଓ ହରପ୍ରସାଦ ସାହୁ। ବୁଧବାର ପର୍ଯ୍ୟନ୍ତ ସେମାନେ ତାଙ୍କ ପିତାମାତାଙ୍କ ଯୋଗାଯୋଗରେ ଥିଲେ।

ଆଜି ୟୁକ୍ରେନରେ ରୁଷ୍ ସୈନର ବୋମା ବର୍ଷଣ ହେବା ପରେ ଏଠାରେ ଅଭିଭାବକଙ୍କ ଚିନ୍ତା ବଢି ଯାଇଛି। ସେମାନଙ୍କ କହିବା କଥା ଯେ ପିଲାମାନଙ୍କର ଏବେ ଯାଏଁ କିଛି ହୋଇ ନଥିବା ଆମେ ଜାଣିଛୁ। ହେଲେ ଭୟଙ୍କର ଯୁଦ୍ଧ ଯୋଗୁ କେତେବେଳେ କ’ଣ ହେବ ତାହା କହି ହେଉନାହିଁ। ଏଣୁ ଆମେ ଭୟଭୀତ। ସେଠାରୁ ପିଲାମାନଙ୍କୁ ଉଦ୍ଧାର କରିବାକୁ ସମସ୍ତେ ଭାରତ ସରକାରଙ୍କୁ ଅନୁରୋଧ କରଛନ୍ତି। ଯେ କୌଣସି ପ୍ରକାରେ ଆମ ପିଲାଙ୍କୁ ସୁରକ୍ଷିତ ଫେରାଇ ଆଣନ୍ତୁ ବୋଲି ଅଭିଭାବକ ଅନୁପ କୁମାର ବେହେରା, ରାଜାରାମ ନାଏକ, ଡାକ୍ତର ରାଜୀବ ସିଂହଦେଓ, ଶୁଭେନ୍ଦୁ ତ୍ରିପାଠୀ, ସ୍ନେହ କୁମାର ପ୍ରଧାନ, ପ୍ରହ୍ଲାଦ ସାହୁ ପ୍ରମୁଖ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର