ଇଂରାଜୀ ଭାଷାରେ ଗଳ୍ପ ସଙ୍କଳନ କରି ପ୍ରଂଶସା ସାଉଁଟିଲେ ୮ବର୍ଷର ପୁଅ

ସମ୍ବଲପୁର: ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସମ୍ବଲପୁରର କୁନି ଲେଖକ ଆହାନ୍ । ନିଜର ଉଚ୍ଚକୋଟୀର ଲେଖା ପାଇଁ ମାତ୍ର ୮ବର୍ଷ ବୟସରେ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସେ ସ୍ଥାନ ପାଇଛନ୍ତି । ଇଂରାଜୀ ଭାଷାରେ ସେ ଲେଖିଥିବା ହ୍ୱେନ ୟୁ ଟ୍ରାଏ , ୟୁ କେନ୍ ଫ୍ଲାଏ ତାଙ୍କୁ ସଫଳତା ଆଣି ଦେଇଛି ।

ଲକଡାଉନ ସମୟରେ ସମୟର ସଦୁପଯୋଗ କରି ଗଳ୍ପ ସଂକଳନ ଲେଖି ପ୍ରଶଂସା ସାଉଁଟିଛନ୍ତି ଆହାନ । ତାଙ୍କର ସୁନ୍ଦର ଲେଖା ପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି । ତାଙ୍କ ପୁସ୍ତକ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ସହ ତାଙ୍କୁ ମାନପତ୍ର, ପଦକ, ବ୍ୟାଚ୍ ଇତ୍ୟାଦି ମିଳିଛି । ଚତୁର୍ଥ ଶ୍ରେଣୀରେ ପଢୁଥିବା ଆହାନଙ୍କ ସଫଳତା ପାଇଁ ପୂରା ପରିବାର ବେଶ ଖୁସି ଅଛନ୍ତି । ଆହାନଙ୍କ ପିତା ଦେବାନନ୍ଦ ସାହୁ ଭୁବନେଶ୍ୱର ଟାଟା କନସଲଟେନ୍ସି ସର୍ଭିସରେ କାମ କରୁଥିବାବେଳେ ମା’ ପ୍ଜ୍ଞା ପ୍ରଟ୍ନାୟକ ଜଣେ ଲେଖିକା । ମା’ଙ୍କ ଠାରୁ ପ୍ରେରଣା ପାଇ ସେ ଏହି ସୁନ୍ଦର ଗଳ୍ପ ସଂକଳନ ଲେଖିଥିବା କୁହାଯାଉଛି ।

 

ସମ୍ବନ୍ଧିତ ଖବର