ଭଦ୍ରକ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉପ ନିରୀକ୍ଷକ ସ୍ପନ୍ଦନ ମହାନ୍ତି ଓ ଅବକାରୀ ସିପାହୀ ଭବେଶ ଦାସ, ପ୍ରଦୀପ ମଲ୍ଲିକ, ପରେଶ ଚନ୍ଦ୍ର ଟୁଡୁ, ମୁରଲୀ ପ୍ରଧାନଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ଵାର୍ଡ ଟିମ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଏରଡ଼ା ଏବଂ ସାବରଙ୍ଗ ଛକ ଠାରେ ଗାଡି ତନଖି କରି ଦୁଇଟି ମୋଟର ସାଇକେଲ ସହ ୮୦ ଲିଟର ଦେଶୀ ମଦ ଜବତ କରିବା ସହ ଏହି ଚୋରା ଚାଲାଣ ଘଟଣାରେ ସଂପୃକ୍ତ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପୁଲିସ ମାତାପୁର ଗ୍ରାମର ମନୋରଞ୍ଜନ ସେଠୀ, ହରୀଶ ଚନ୍ଦ୍ର ଦାଶ ଓ ମିର୍ଜାପୁର ଗ୍ରାମର ଗୋପବନ୍ଧୁ ବେହେରାଙ୍କୁ ଗିରଫ କରିଛି।
ଭଦ୍ରକ: ୮୦ ଲିଟର ମଦ ଜବତ, ୩ ଗିରଫ
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)